ରାଉରକେଲା/ବଣାଇ : ୮/୧୧ (ସତ୍ୟାନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ “ଆମ ଓଡିଶା ନବୀନ ଓଡିଶା ” କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି। ବଣାଇ ଉପଖଣ୍ଡ ର ଲହୁଣୀପଡ଼ା, ଗୁରୁଣ୍ଡିଆ, ବଣାଇ, ରେ ଏହି କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ବଣାଇ ବ୍ଲକ ପ୍ରଶାସନ ପକ୍ଷରୁ ରାଜା ଧରଣୀ ଧର ଉଚ୍ଚ ବିଦ୍ୟାଳୟ ବହୁମୁଖି ଖେଳ ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘୋଡେ଼ଇ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ପରେ ପ୍ରଥମେ ୫ଟି ସଚୀବ ଭି, କେ ପଣ୍ଡିୟାନ ଭିଡିଓ କନଫରେନ୍ସ ମାଧ୍ୟମରେ ଜଣାଇଥିଲେ ଯେ ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ ଜିଲ୍ଲା ଗସ୍ତ ରେ ଆସି ସମସ୍ତ ବ୍ଲକ୍ ରେ ଥିବା ସମସ୍ୟା ବିଷୟରେ ଦରଖାସ୍ତ ଗ୍ରହଣ କରିଥିଲେ। ଏହାର କାର୍ଯ୍ୟକାରିତା ପାଇଁ ସରକାର ୧୩୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୧୬ ଗୋଟି ବିଭିନ୍ନ ପ୍ରକାର ପ୍ରକଳ୍ପ ପାଇଁ ସମସ୍ତ ସୁନ୍ଦରଗଡ ଜିଲ୍ଲା ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ସମସ୍ତ ବ୍ଲକ ଜଗନ୍ନାଥ ସଂସ୍କୃତି ର ବିକାଶ,ମହିଳା ସଶକ୍ତିକରଣ , ବିଜୁ ସ୍ବାସ୍ଥ୍ୟ ଯୋଜନା, ପ୍ରତି ପଞ୍ଚାୟତ ପାଇଁ ଲକ୍ଷ୍ମୀ ବସ ଯୋଜନା ,ମିଲେଟ୍ ମିଶନ ଯୋଜନାକୁ ବିଶ୍ଵ ଦରବାର ରେ ପରିଚିତ କରାଇବା, ପ୍ରଭୁତି ସରକାରୀ ଯୋଜନା ଉପରେ ସୂଚନା ଦେଇଥିଲେ, ବଣାଇ ନିର୍ଵାଚନ ମଣ୍ଡଳୀ ର ୫୮ଟି ପଞ୍ଚାୟତରେ ବିଭିନ୍ନ ଯୋଜନା ରେ ୨୯କୋଟି ୫୦ଲକ୍ଷ ବ୍ୟୟ ମଞ୍ଜୁରୀ କରାଯାଇଛି ବୋଲି ସୂଚନା ଦେଇ ଥିଲେ।