ରାଉରକେଲା : ବିଶ୍ରାରେ ଯୁବକଙ୍କ ଉପରେ ଗୁଳି ମାଡ ଘଟଣାର ପର୍ଦ୍ଦାଫସ।। ଜଣେ ଗିରଫ।। ପିସ୍ତଲ ଏବଂ ମାଗଜିନ୍ ଜବତ

0 1,395

ରାଉରକେଲା : ୬/୧୧ (ସତ୍ୟାନ୍ୟୁଜ) ଦୁଇ ଦିନ ତଳେ ବିଶ୍ରା ରେ ଇରଫାନ୍ ରାଜା ନାମକ ଜଣେ ଯୁବକଙ୍କ ଉପରେ ଗୁଳି ମାଡ଼ ଘଟଣାର ପର୍ଦ୍ଦାଫସ କରିଛି ପୋଲିସ। ପୂର୍ବରୁ ଇରଫାନ୍ ଙ୍କ ଭାଇ ଦେଇଥିବା ଏତେଲା ରେ ଦୁଇ ମୁଖା ପିନ୍ଧା ଯୁବକ ବାଇକ୍ ରେ ଆସି ଗୁଳି ମାରିଥିବା ଦର୍ଶା ଯାଇଥିଲା। ମାତ୍ର ପୋଲିସ ତଦନ୍ତ କରି ଏହା ମିଛ ବୋଲି ଜାଣି ପାରିଥିଲା। ଗୁଳି ମାରିଥିବା ବ୍ୟକ୍ତି ଇରଫାନ୍ ଙ୍କ ପରିଚିତ ଜୁନେଦ ଆଲମ୍ ବୋଲି ଜଣା ପଡ଼ିଛି। ଉଭୟ ଜୁନେଦ ଏବଂ
ଇରଫାନ୍ ପେଷାରେ ଡ୍ରାଇଭର ଥିଲେ ଏବଂ ଜଣେ ମାଲିକର ଅଟୋ ଏବଂ ପିକଅପ ଭ୍ୟାନ ଚଲାଉଥିଲେ। ଘଟଣା ଦିନ ମାଲିକ ଦେଇଥିବା ବିଶ୍ରାମଗାର ରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ପରେ ଜୁନେଦ ରାଗି ଯାଇ ଇରଫାନ୍ ଉପରକୁ ଗୁଳି ଚଳାଇଥିବା ପୋଲିସ କହିଛି। ତେବେ ଘଟଣା ଚାପି ଦେବାକୁ ଅନ୍ୟ ଏକ ପ୍ଲଟ ପ୍ରସ୍ତୁତ କରିଛନ୍ତି ଅଭିଯୁକ୍ତ ଏବଂ ଅନ୍ୟମାନେ। ଏପରିକି ଅଭିଯୋଗକାରୀଙ୍କ ଉପରେ ମଧ୍ୟ ଚାପ ପକାଯାଇଛି। ଶେଷରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଜୁନେଦ କୁ ଗିରଫ କରିବା ସହ ଗୁଳି ମାଡରେ ବ୍ୟବହୃତ ପିସ୍ତଲ ଜବତ କରିଛନ୍ତି।

Leave A Reply

Your email address will not be published.