ରାଉରକେଲା : କୋଏଲ ନଦୀରେ ବୁଡି ନିଖୋଜ ନାବାଳକଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।। ଉଦ୍ଧାର ହୋଇଥିବା ଅନ୍ୟ ଚାରିଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି।

0 502

ରାଉରକେଲା : ୬/୧୧ (ସତ୍ୟାନ୍ୟୁଜ) କୋଏଲ ନଦୀର ହମିରପୁର ଘାଟରେ ପାଣିରେ ବୁଡି ନିଖୋଜ ଥିବା ନାବାଳକକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରି ନାହିଁ। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍ ଏବଂ ଫାୟାର ଟିମ୍ ଲାଗିଛନ୍ତି। ବୁଡି ଯାଉଥିବା ଅନ୍ୟ ଚାରି ଜଣ ନାବାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ସୂଚନାଯୋଗ୍ୟଯେ ଗତ କାଲି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲି ର ପାଞ୍ଚ ଜଣ ନାବାଳକ ଗାଧୋଇବାକୁ ୧୯ ନମ୍ବର ସେକ୍ଟର ସ୍ଥିତ ହମିରପୁର ସ୍ଥିତ କୋଏଲ ନଦୀ ଘାଟ କୁ ଯାଇଥିଲେ। ଗାଧୋଇଲା ବେଳେ ୫ ଜଣ ଯାକ ପାଣିରେ ବୁଡି ଯାଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ୪ ଜଣ ନାବାଳକଙ୍କୁ ପାଣିରୁ ଉଦ୍ଧାର କରିଥିବା ବେଳେ ଜଣେ ନାବାଳକ ପାଣି ସ୍ରୋତରେ ଭାସି ଯାଇଥିଲେ। ଓଡ୍ରାଫ ଏବଂ ଫାୟାର ଟିମ୍ ଖୋଜାଖୋଜି କରୁଥିଲେ ମଧ୍ୟ ନିଖୋଜ ନାବାଳକ ଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ। ନିଖୋଜ ନାବାଳକଙ୍କ ପରିବାର ବର୍ଗ ନଦୀ କୂଳରେ ବସିଛନ୍ତି। ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Leave A Reply

Your email address will not be published.