ବଣାଇ : ୬/୧୧ (ସତ୍ୟାନ୍ୟୁଜ) ବଣାଇ ଥାନା ଅଞ୍ଚଳରେ ଏକ ଘର ଭିତରେ ରହସ୍ୟଜନକ ଭାବେ ସ୍ୱାମୀ ଏବଂ ସ୍ତ୍ରୀ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ଅବସ୍ଥାରେ ଉଭୟଙ୍କୁ ବଣାଇ ହସପିଟାଲ ଅଣା ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ବଣାଇ କଲେଜ ପଛ ପଟେ ଘର ଭଡାନେଇ ଶିବାଜୀ ଲାକ୍ରା ଏବଂ ସ୍ତ୍ରୀ ଅନିତା ଲାକ୍ରା ରହୁ ଥିଲେ। ଶିବାଜୀ ଓଡିଶା ମାଇନିଂ କର୍ପୋରେସନ ରେ କାମ କରନ୍ତି। କେଉଁ ପରିସ୍ଥିତିରେ ନିଆଁରେ ଉଭୟ ପୋଡି ହେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କୌଣସି କାରଣରୁ ସ୍ତ୍ରୀ ଅନିତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ୱାମୀ ଶିବାଜୀ ମଧ୍ୟ ପୋଡି ହୋଇ ଯାଇଥିଲେ। ବଣାଇ ପୋଲିସ ଘଟଣାର ତଦନ୍ତ କରୁଛି।