ବଣାଇ : ମୋବାଇଲ ଫୋନରେ କ୍ରିକେଟ ଖେଳ ଦେଖୁଥିବା ବେଳେ ପିଟି ଦେଲା ବାଇକ।। ଜଣେ ମୃତ।। ବାଇକ୍ ଚାଳକଙ୍କ ସମେତ ୩ ଗୁରୁତର

0 1,016

ବଣାଇ : ୫/୧୧ (ସତ୍ୟାନ୍ୟୁଜ) ମୃତ୍ୟୁ ଏମିତିବି ଆସେ। ସାଙ୍ଗ ମାନଙ୍କ ସହ ରାସ୍ତା କଡରେ ଖୁସିରେ ବସି ମୋବାଇଲ ଫୋନରେ କ୍ରିକେଟ ଖେଳ ଦେଖୁଥିଲେ ତିନି ଜଣ ପିଲା। ହଠାତ ଏକ ବାଇକ ଦ୍ରୁତ ଗତିରେ ଆସି ଖେଳ ଦେଖୁଥିବା ପିଲାଙ୍କୁ ପିଟି ଦେଇଥିଲା। ଫଳରେ ଖେଳ ଦେଖୁ ଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି। ରବିବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି ଲହୁଣୀପଡା ଥାନା ଅନ୍ତର୍ଗତ ଗମଲେଇ ଗ୍ରାମ ନିକଟରେ। ଆଣି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଖେଳ ଚାଲିଥିବା ବେଳେ ଉତ୍ସାହିତ ହୋଇ ପିଲାମାନେ ରାସ୍ତା କଡରେ ବସି ମୋବାଇଲ ଫୋନରେ ଖେଳ ଦେଖୁଥିଲେ। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.