ରାଉରକେଲା : ରାଜ୍ୟ ସରକାର ଜମି ଅଧିଗ୍ରହଣରେ ବିଫଳ ଯୋଗୁଁ ବିଭିନ୍ନ ଉନ୍ନୟନ କାମ ହୋଇ ପାରୁନାହିଁ।। ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ ରାଜ୍ୟ ବିଜେପି ସଭାପତି।

0 338

ରାଉରକେଲା : ୫/୧୧ (ସତ୍ୟାନ୍ୟୁଜ) ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ଦୋଷାରୋପ କରିଛନ୍ତି। ଉନ୍ନୟନ ମୂଳକ କାମରେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବିଭିନ୍ନ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡିରହିଥିବା ଶ୍ରୀ ସାମଲ କହିଛନ୍ତି। ତାଳଚେର-ବିମାଲଗଡ଼ ରେଳପଥ ପାଇଁ କେନ୍ଦ୍ର ସରକାର ୯ ବର୍ଷ ହେଲା ଅର୍ଥ ବରାଦ କରୁଛନ୍ତି। ମାତ୍ର ରାଜ୍ୟ ସରକାର ଆବଶ୍ୟକୀୟ ଜମି ଅଧିଗ୍ରହଣ କରି ପାରୁ ନଥିବାରୁ କାମ ଆଗକୁ ବଢି ପାରୁନଥିବା ସେ କହିଛନ୍ତି। ସ୍ଥାନୀୟ ସମସ୍ୟା ଉପରେ ରାଜ୍ୟ ବିଜେପି ସଭାପତି ମଧ୍ୟ ଆଲୋକପାତ କରିଛନ୍ତି। ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ପାରୁ ନଥିବାରୁ ବିଶ୍ରା ବ୍ଲକର ଦେଓ ନଦୀ ଉପରେ ହେଉଥିବା ବ୍ରିଜ ୫ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ବିନା ଜମି ଅଧିଗ୍ରହଣରେ ରାଜ୍ୟ ସରକାର କିପରି ବ୍ରିଜ କାମ ଆରମ୍ଭ କଲେ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି।

ରାଉରକେଲାରେ ବିଜେପି ଯୁବା ମୋର୍ଚ୍ଚାର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଶ୍ରୀ ସାମଲ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ରବିବାର ଦିନ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ ସଂସଦ ଜୁଏଲ ଓରାମ , ପାନପୋଷ ବିଜେପି ଅଧ୍ୟକ୍ଷା ଲତିକା ପଟ୍ଟନାୟକ , ବିଜେପି ନେତା ନିହାର ରାୟ , ଧୀରେନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.