ବିରମିତ୍ରପୁର : ସହର ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ।। କେଉଁଠି ଡ୍ରେନ ମୁକୁଳା ତା ଆଉ କେଉଁଠି ରାସ୍ତାରେ ଖାଲ।

0 408

ରାଉରକେଲା : ୨/୧୧ (ସତ୍ୟାନ୍ୟୁଜ) ବିରମିତ୍ରପୁର ସହର ଦେଇ ଯାଇଛି ୧୪୩ ନମ୍ବର ଜାତୀୟ ରାଜପଥ। ଏହି ରାଜପଥ ରାଞ୍ଚି କୁ ସଂଯୋଗ କରୁ ଥିବାରୁ ଏହାର ଗୁରୁତ୍ୱ ରହିଛି। କିନ୍ତୁ ବିଭାଗୀୟ ଅବହେଳା ଏବଂ ଠିକାଦାରଙ୍କ ଦାୟିତ୍ୱହୀନତା ଯୋଗୁଁ ସହର ମଧ୍ୟ ଦେଇ ଯାଇଥିବା ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି। ହାଇୱେର ପାର୍ଶ୍ଵବର୍ତ୍ତୀ ଡ୍ରେନ ର ଅବସ୍ଥା ମଧ୍ୟ ସାଂଘାତିକ। ଅନେକ ସ୍ଥାନରେ ଡ୍ରେନ ଖୋଲା ଥିବାରୁ ପଥଚାରୀଙ୍କ ଜୀବନ ବିପଦ ପୂର୍ଣ୍ଣ ହୋଇ ପଡିଛି। ରାସ୍ତାରେ ମଧ୍ୟ ବିଭିନ୍ନ ସ୍ଥାନରେ ଖାଲ ହୋଇଥିବାରୁ ଦୁର୍ଘଟଣାକୁ ଆମନ୍ତ୍ରଣ କରାଯାଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏ ବାବଦରେ ଯତ୍ନବାନ ହୋଇ ତ୍ୱରିତ ପଦକ୍ଷେପ ନେବାକୁ ସଧାରଣରେ ଦାବି ହେଉଛି।

Leave A Reply

Your email address will not be published.