ରାଉରକେଲା : ୨/୧୧ (ସତ୍ୟାନ୍ୟୁଜ) ପିଆଜ କିଣିବା ଲାଗି ଭିଡ଼ ଏବଂ ଠେଲା ପେଲା। ସାରା ରାଜ୍ୟରେ ପିଆଜ କେଜି ପ୍ରତି ୫୦ରୁ ୬୦ ଟଙ୍କାରେ ମିଳୁ ଥିବା ବେଳେ ରାଉରକେଲାରେ ପିଆଜ କିଣିବା ଲାଗି ଭିଡର କାରଣ ଜଣା ପଡୁ ନଥିଲା। ତେବେ ଜଣା ପଡ଼ିଲାଯେ ପିଆଜ କିଲୋଗ୍ରାମ ପ୍ରତି ୩୦ ଟଙ୍କାରେ ମିଳୁଛି। ସହରର ଏସ୍ ଟି ଆଇ ଛକରେ ମହିଳା କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ଏହା ପିଆଜ ବିକ୍ରି କାର୍ଯ୍ୟକ୍ରମ କରା ଯାଉଥିଲା। ରାଉରକେଲାରେ ଖୁଚୁରା ବଜାରରେ ପିଆଜ କେଜି ୫୫ରୁ ୬୦ଟଙ୍କାରେ ମିଳୁଥିବା ବେଳେ କଂଗ୍ରେସ କର୍ମୀ ମାନେ ୩୦ ଟଙ୍କାରେ ଦେଉଥିଲେ ପିଆଜ। ଫଳରେ ଶସ୍ତାରେ ପିଆଜ ନେବାକୁ ଭିଡ଼ ଲାଗି ଯାଇଥିଲା। କଂଗ୍ରେସ ଦଳ ଶାସନରେ ନଥାଇ ଯଦି ପିଆଜ ୩୦ଟଙ୍କାରେ ବିକ୍ରି କରି ପାରୁଛି ତେବେ କେନ୍ଦ୍ର ଏବଂ ରାଜ୍ୟ ସରକାର କଣ ପାଇଁ ଶସ୍ତାରେ ପିଆଜ ଦେଇ ପାରିବେନି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା।