ରାଉରକେଲା : ଟିମ୍ବର କଲୋନୀର ଯୁବକ ରାଜା ଘଡାଇଙ୍କୁ କୋରାପୁଟରେ ହତ୍ୟା ଅଭିଯୋଗ।। ତଦନ୍ତ ପାଇଁ ରାଉରକେଲାରେ ପହଞ୍ଚିଲେ ପଟାଙ୍ଗୀ ପୋଲିସ।
ରାଉରକେଲା : ୨/୧୧ ( ସତ୍ୟାନ୍ୟୁଜ) ରାଉରକେଲା ଟିମ୍ବର କଲୋନୀରୁ ନିଖୋଜ ହୋଇଥିବା ୨୭ ବର୍ଷୀୟ ଯୁବକ ରାଜା ଘଡାଇ ର ମୃତ ଦେହ କୋରାପୁଟର ପଟାଙ୍ଗୀ ଥାନା ଅଞ୍ଚଳରୁ ମିଳିଛି। ପରିବାର ଲୋକେ ରାଜାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏବାବଦରେ ପଟାଙ୍ଗୀ ଥାନା ପୋଲିସ ଏକ ହତ୍ୟା ମାମଲା ରଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଜି ପଟାଙ୍ଗୀ ଥାନା ଇନିସ୍ପେକ୍ଟର ଚତୁର୍ଭୁଜ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ତଦନ୍ତ ପାଇଁ ରାଉରକେଲାରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଗୁରବର ଦିନ ରାଜାଙ୍କ ମୃତ ଦେହ ରାଉରକେଲା ଟିମ୍ବର କଲୋନୀରେ ପହଞ୍ଚିବା ପରେ ଉତ୍ତେଜନା ଦେଖା ଦେଇଥିଲା। ରାଜାଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ ଦାବିରେ ସ୍ଥାନୀୟ ଲୋକମାନେ ପ୍ଲାଣ୍ଟସାଇଟ ଥାନାରେ ପହଁଚି ଥିଲେ।
ସୂଚନାଯୋଗ୍ୟଯେ ଗତ ୨୬ ତାରିଖରେ ଟିମ୍ବର କଲୋନୀରୁ ରାଜା ଘଡାଇ ଚାରି ପାଞ୍ଚ ଜଣ ସାଙ୍ଗଙ୍କ ସହ ଏକ କାରରେ ବାହାରି ଥିଲେ। ଘରକୁ ନଫେରିବାରୁ ୨୮ ତାରିଖରେ ଘର ଲୋକମାନେ ପ୍ଲାଣ୍ଟ ସାଇଟ ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ। କିନ୍ତୁ ୨୭ ତାରିଖରେ ରାଜାଙ୍କ ମୃତ ଶରୀର ପଟାଙ୍ଗୀ ଥାନା ଅଞ୍ଚଳରେ ମିଳି ସାରିଥିଲା। ପୋଲିସ ୪ ଜଣଙ୍କୁ ସନ୍ଦେହ ଆଧାରରେ ଅଟକ ରଖି ପଚରା ଉଚୁରା କରୁଛି।