ରାଉରକେଲା : ରାଉରକେଲାରେ ଦୁଇଦିନିଆ ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଆରମ୍ଭ।। ଯୋଗଦେଲେ ରାଜ୍ୟ ସଭାପତି ମନମୋହନ ସାମଲ।
ରାଉରକେଲା : ୨/୧୧ (ସତ୍ୟାନ୍ୟୁଜ) ରାଉରକେଲାରେ ବିଜେପି ଯୁବ ମୋର୍ଚ୍ଚାର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଗୁରବର ଦିନ ଉଦଘାଟିତ ହୋଇଯାଇଛି। ହୋଟେଲ ରାଧିକା ରିଜେନ୍ସିରେ ଅୟୋଜିତ ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଦଳୀୟ ପତାକା ଉତ୍ତୋଳନ କରିଥିଲେ। ଆଗାମୀ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆ ଯିବାର ସମ୍ଭାବନା ରହିଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ଅଙ୍କୁଶ ବର୍ମା , ପାନପୋଷ ବିଜେପି ଅଧ୍ୟକ୍ଷା ଲତିକା ପଟ୍ଟନାୟକ , ବିଧାୟକ ଶଙ୍କର ଓରାମ , ବିଜେପି ନେତା ନିହାର ରାୟ ଧୀରେନ ସେନାପତି ପ୍ରମୂଖ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ୍ବ ଯୁବ ମୋର୍ଚ୍ଚା କର୍ମକର୍ତ୍ତା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ।