ରାଉରକେଲା : ଭେଣ୍ଡିଂ ଯୋନରେ ଦୋକାନ ଘର ଆବଣ୍ଟନରେ ଅନିୟମିତତା ଅଭିଯୋଗ।। ଆରଏମସି କମିଶନରଙ୍କୁ ଭେଟିଲେ ଯୁବ କଂଗ୍ରେସ ଟିମ୍।
ରାଉରକେଲା : ୧/୧୧ ( ସତ୍ୟାନ୍ୟୁଜ) ରାଉରକେଲା ଜେଲ ରୋଡ଼ ଗାର୍ଡେନ ବାର ନିକଟରେ ନୂତନ ଭାବେ ନିର୍ମିତ ଭେଣ୍ଡିଂ ଯୋନର ଦୋକାନ ଆଲଟମେଣ୍ଟରେ ବ୍ୟାପକ ପ୍ରିୟା ପ୍ରୀତି ପୋଷଣ କରା ଯାଇଥିବା ଅଭିଯୋଗ ହୋଇଛି। ବିସ୍ଥାପିତ ହୋଇଥିବା ପ୍ରକୃତ ହିତାଧିକାରୀଙ୍କୁ ଦୋକାନ ଘର ଦିଆ ନଯାଇ ଦଳୀୟ ଭିତ୍ତିରେ ଆଲଟମେଣ୍ଟ ହୋଇଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ। ବୁଧବାର ଦିନ ଯୁବ କଂଗ୍ରେସ ନେତା ଶିବୁ ଦୀପ , ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ପ୍ରବୋଧ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଆରଏମସି କମିଶନରଙ୍କୁ ଦେଖା କରିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ଦୋକାନ ଘର ଆଲଟମେଣ୍ଟ କରିବାକୁ ଯୁବ କଂଗ୍ରେସ ପକ୍ଷରୁ କମିଶନର ଡକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଦାବି ପତ୍ର ଦିଆଯାଇଥିଲା।