ରାଉରକେଲା : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବୁରୁଡ଼ିରେ ରାସ୍ତା ଅବସ୍ଥା ଶୋଚନୀୟ।। ରାସ୍ତା ନିର୍ମାଣ ଦାବିରେ ଗାଁ ଲୋକେ ଭେଟିଲେ ଆରଏମସି କମିଶନରଙ୍କୁ।
ରାଉରକେଲା : ୧/୧୧ (ସତ୍ୟାନ୍ୟୁଜ) ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବୁରୁଡ଼ି ଗ୍ରାମ ଏବଂ ଆଖ ପାଖ ବସ୍ତିର ରାସ୍ତା ଜର୍ଜର ଅବସ୍ଥାରେ ରହିଛି। ଟାଙ୍ଗରପାଲି ଛକରୁ ନେଇ ବୁରୁଡ଼ି ପୋଖରୀ ପର୍ଯ୍ୟନ୍ତ ରାସ୍ତାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ଏହି ରାସ୍ତାରେ କୌଣସି ଗାଡି ମଟର ଯିବା ଦୂର କଥା , ଦୁଇ ଚକିଆ ଯାନ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି। ବର୍ଷା ହେଲେ ରାସ୍ତା ଚାଲିବା ଉପଯୋଗୀ ରହୁ ନାହିଁ। ରାସ୍ତା କଡ଼ ଲାଇଟ ନଥିବାରୁ ରାତିରେ ସେଠାରେ ଅନ୍ଧାର ରାଜୁତି କରୁଛି। ଫଳରେ ସାଧାରଣ ଲୋକେ ବିଶେଷ କରି ମହିଳା ମାନେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି। ଲୋକଙ୍କ ସୁବିଧା ଲାଗି ବୁଧବାର ଦିନ ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରାଉରକେଲା ମହାନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଭେଟିଥିଲେ। ସେଠାରେ ଶୀଘ୍ର କଂକ୍ରିଟ ରୋଡ ନିର୍ମାଣ ଏବଂ ଷ୍ଟ୍ରୀଟ୍ ଲାଇଟ ଲଗାଇବାକୁ ଲୋକମାନେ କମିଶନରଙ୍କୁ ନିବେଦନ କରିଥିଲେ ।