ମୟୁରଭଞ୍ଜ : ୧/୧୧ (ସତ୍ୟାନ୍ୟୁଜ) ଆଗକୁ ଆସୁଛି ଦୀପାବଳି। ଦୀପାବଳି ଲାଗି ବିଭିନ୍ନ ସ୍ଥାନରେ ବାଣ ଗଛିତ କରାଗଲାଣି। କିନ୍ତୁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ଗଚ୍ଛିତ ରଖାଯିବାର ସୂଚନା ମିଳୁଛି। ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ପରିଷଦର ୯ ନମ୍ବର ୱାର୍ଡରେ ବେଆଇନ ବାଣ ଗୋଦାମ ଉପରେ ପୋଲିସ ଚଢ଼ାଉ କରିଛି। ବିନା ଲାଇସେନ୍ସରେ ବାଣ ରଖିବା ଅଭିଯୋଗରେ ଜଣଙ୍କୁ ଅଟକ ରଖାଯାଇଛି। ଉକ୍ତ ଗୋଦାମରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଛି। ଜନବସତି ଅଞ୍ଚଳରେ ଏତେ ପରିମାଣର ବାଣ ରଖାଯିବା ଘଟଣାର ପୋଲିସ ତଦନ୍ତ କରୁଛି।