ରାଉରକେଲା : ଡେଲିମାର୍କେଟରେ ହରିୟାଣା ଦିବସ ପାଳିତ।। ଏହି ଉପଲକ୍ଷେ ଭଣ୍ଡାରା ର ଅୟୋଜନ।

0 347

ରାଉରକେଲା : ୧/୧୧ (ସତ୍ୟାନ୍ୟୁଜ) ହରିୟାଣା ନାଗରିକ ସଙ୍ଘ ପକ୍ଷରୁ ବୁଧବାର ଦିନ ରାଉରକେଲା ଡେଲିମାର୍କେଟ ଠାରେ ହରିୟାଣା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଡେଲିମାର୍କେଟ ହରିୟାଣା ଭବନ ସମ୍ମୁଖରେ ଏକ ଭଣ୍ଡାରା ର ଅୟୋଜନ କରାଯାଇଥିଲା। କମିଟି ର ସଦସ୍ୟ ମାନେ ଲୋକ ମାନଙ୍କ ମଧ୍ୟରେ ପୁରୀ , ତରକାରୀ ଆଦି ବଣ୍ଟନ କରିଥିଲେ । ସଂଘର ବରିଷ୍ଠ ସଦସ୍ୟ ଓମ ପ୍ରକାଶ ଅଗ୍ରୱାଲ , ବ୍ରିଜ ମୋହନ ଅଗ୍ରୱାଲ , ସଙ୍ଘ ଅଧ୍ୟକ୍ଷ ନରେଶ ଅଗ୍ରୱାଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ହରିୟାଣା ଭବନରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ଲାଗି ଅଧିକ ସୁବିଧା କରାଯିବ ଏବଂ ଏହା ଛଡା ୨ ଏକର ଜମିରେ ସଙ୍ଘ ପକ୍ଷରୁ ଆଉ ଏକ ସ୍କୁଲ ନିର୍ମାଣ କରାଯିବ ବୋଲି କହିଛନ୍ତି ହରିୟାଣା ନାଗରିକ ସଙ୍ଘ ଅଧ୍ୟକ୍ଷ ନରେଶ ଅଗ୍ରୱାଲ।

Leave A Reply

Your email address will not be published.