ରାଉରକେଲା : ବିଜେପି ଯୁବା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସମ୍ମିଳନୀ ୨ ଏବଂ ୩ ନଭେମ୍ବରରେ।। ଯୋଗ ଦେବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ରାଉରକେଲା : ୩୧/୧୦ (ସତ୍ୟନ୍ୟୁଜ) ଆସନ୍ତା ନଭେମ୍ବର ୨ ଏବଂ ୩ ତାରିଖରେ ରାଉରକେଲାରେ ବିଜେପି ଯୁବା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକର ଶେଷ ଦିନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହୋଟେଲ ରାଧିକା ରିଜେନ୍ସି ରେ ଅୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦୦ କର୍ମକର୍ତ୍ତା ଯୋଗ ଦେବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଯୁବା ମୋର୍ଚ୍ଚା ରଣନୀତି ରାଉରକେଲାରୁ ନିର୍ଦ୍ଧାରିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବା ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ।