ମୟୁରଭଞ୍ଜ : ୩୦/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚେକେଶ୍ୱରୀ । ଏହି ମନ୍ଦିରଟି ବିଶ୍ଵ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇଛି। ଓଡ଼ିଶାର ୧୨ଶହ ବର୍ଷ ପୂରାତନ ଖିଚିଂ ମନ୍ଦିର କୁ ଦେଶ ବିଦେଶ ରୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତି। ଖୀଚିଂ ମନ୍ଦିର ଟି ବିଶ୍ୱ ରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି। ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏହି ସ୍ଥାନ ରେ ଖିଚିଂ ମନ୍ଦିର କୁ କେବଳ ଓଡିଶା ନୁହେଁ ଓଡିଶା ବାହାରୁ ବିହାର, ଝାରଖଣ୍ଡ , କଲକତାରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଥାଏ । ତା ସହିତ ମା କିଚେକେଶ୍ଵରୀ ଠାକୁରାଣୀ କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ମଧ୍ୟ ଭକ୍ତ ଆସିଥାନ୍ତି। ଏହି ମନ୍ଦିରର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏବେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ରଙ୍ଗ ବେରଙ୍ଗ ଆଲୋକ ରେ ସଜେଇ ହେଇଚି ମା କିଚକେଶ୍ୱରି ମନ୍ଦିର । ମନ୍ଦିରଟି ବହୁ ପୁରାତନ ହୋଇଥିଲେ ସୁଦ୍ଧା ଏଠାରେ ସର୍ବସାଧରଣ ଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା ନଥିଲା । କେବଳ ମା’ଙ୍କ ନିକଟରେ ଭୋଗ ଲାଗୁଥିଲା | ଯାହା ଫଳରେ ଆସୁଥିବା ଭକ୍ତ ମାନେ ପ୍ରସାଦ ପାଇ ପାରୁନ ଥିଲେ। ମନ୍ଦିର ନିକଟରେ କୌଣସି ହୋଟେଲ ନଥିବାରୁ ନିରାଶ ହୋଇ ଭୋକରେ ଉପାସରେ ଯାଉଥିଲେ। ଏହାକୁ ଦୃଷ୍ଟି ରେ ରଖି ମନ୍ଦିର କମିଟି ନିଷ୍ପତି କ୍ରମେ ଆଜିଠୁ ସର୍ବ ସାଧାରଣ ଭକ୍ତ ଙ୍କ ପାଇଁ ଆନନ୍ଦ ବଜାର ଖଲିଲା। ଏଠାରେ ସମସ୍ତେ ଏକାଠି ବସି ମା କିଚକେଶ୍ବରୀଙ୍କ ଅନ୍ନ ପ୍ରସାଦ ସେବନ କରିପାରିବେ । ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ମନ୍ଦିର ପହଞ୍ଚିବା ମା ଙ୍କ ପୂଜାର୍ଚନା କରିବା ପରେ ମନ୍ଦିର ପରିଦର୍ଶନ କରି ରଙ୍ଗ ବେରଙ୍ଗ ଆଲୋକ ରେ ସଜେଇ ହୋଇଥିବା ମନ୍ଦିର ଏବଂ କୁଡୁଆ ପ୍ରସାଦ ର ଶୁଭ ଉଦଘାଟନ କରିଥିଲେ। ଏହି ଉଦଘାଟନ ରେ ସ୍ଥାନୀୟ ବଡିଓ,ସ୍ଥାନୀୟ ତହସିଲଦାର, ବ୍ଲକ ଅଧ୍ୟକ୍ଷା କବିତା ମଞ୍ଜୁରୀ ନାୟକ, ଖିଚିଂ ସରପଞ୍ଚ ଅଙ୍କିତା ବେହେରା ମନ୍ଦିର ମୁଖ୍ୟ ପୂଜକ ଦିଲ୍ଲୀପ ପାଣିଗ୍ରାହୀ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ |ତେବେ ପ୍ରଥମ ଦିନରେ ତିନି ଶହ ରୁ ଉର୍ଦ୍ଧ ଭକ୍ତ ପ୍ରସାଦ ସେବନ କରିଥିବା କମିଟି ପକ୍ଷରୁ ସୂଚନା ମିଳିଛି।