ରାଉରକେଲା : ବିଶ୍ରା ରେ ରେଳ ରୋକ ଆନ୍ଦୋଳନ ଆରମ୍ଭ।। ବିଭିନ୍ନ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ୍ ରହଣି ଦାବିରେ ଆନ୍ଦୋଳନ।

0 408

ରାଉରକେଲା : ୩୦/୧୦ (ସତ୍ୟାନ୍ୟୁଜ) ବିଶ୍ରା ରେଳ ଷ୍ଟେସନରେ ଆଜି ସକାଳ ୬ଟାରୁ ବିଶ୍ରା ପବ୍ଲିକ ଆକ୍ସନ କମିଟି ପକ୍ଷରୁ ରେଳ ରୋକୋ ଆନ୍ଦୋଳନ ଆରମ୍ଭ ହୋଇ ଯାଇଛି। ବିଭିନ୍ନ ଟ୍ରେନର ରହଣି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। କରୋନା ମହାମାରୀ ପୂର୍ବରୁ ବିଶ୍ରା ରେଳ ଷ୍ଟେସନ୍ ରେ ଉତ୍କଳ ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ , ବୋକାରୋ- ଆଲିପି ଏକ୍ସପ୍ରେସ ଆଦି ଯାତ୍ରୀବାହି ଟ୍ରେନ ଗୁଡିକର ରହଣି ଥିଲା। ପରେ କରୋନା ଆଳରେ ଏହି ଟ୍ରେନର ଷ୍ଟପେଜ କୁ ଉଠାଇ ଦିଆ ଯାଇଥିଲା। ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ସ୍ଥିତି ଜାରି ରହିଛି। ଏଥି ପାଇଁ ବିଶ୍ରା ବାସୀ ବିଭିନ୍ନ ସ୍ତରରେ ଉଦ୍ୟମ କରି ବିଫଳ ହେବା ପରେ ରେଳ ରୋକ ଭଳି ଚରମ ପଦକ୍ଷେପ ନେଇଛନ୍ତି। ଶନିବାର ଦିନ ରେଳ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶ୍ରା ପବ୍ଲିକ ଆକ୍ସନ କମିଟି ଆବାହକ ପ୍ରଦୀପ ରାଉତରାୟ , ପୂର୍ବତନ ବିଧାୟକ ଜର୍ଜ ତିର୍କୀ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.