ବଣାଇ : କୁମାର ପୂର୍ଣ୍ଣିମାରେ କୁଆଁରୀ ଦେବୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା।। ମାନସିକଧାରୀ ମାନଙ୍କ ପ୍ରବଳ ଭିଡ।

0 330

ବଣାଇ : ୨୮/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇରେ ଥିବା କୁଆଁରୀ ଦେବୀଙ୍କୁ ଦର୍ଶନ କରିବା ପାଇଁ ଆଜି ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଜିଲ୍ଲା ଏବଂ ବାହାର ରାଜ୍ୟରୁ ମାନସିକ ଧାରୀ ଭକ୍ତ ମାନେ ଏଠାରେ ଥିବା କୁଆଁରୀ ମନ୍ଦିର କୁ ଛୁଟି ଆସିଥିଲେ। କୁଆଁରୀ ଦେବୀଙ୍କ ପୂଜା ରାଜା ରାଜୁଡା ଅମଳରୁ ହୋଇଆସୁଛି। ଲୋକ କଥା ଅନୁସାରେ ଦେବୀ ପୂର୍ବରୁ ଜଙ୍ଗଲରେ ଏକ ଛୋଟ ମନ୍ଦିର ରେ ପୂଜା ପାଉ ଥିଲେ। ରାଜାଙ୍କ ଦ୍ୱାରା ନିୟୋଜିତ ଦେହୁରୀ ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କୁଆଁରୀ ଦେବୀ ପ୍ରତେକ୍ଷ ଦେବୀ ହୋଇ ଥିବାରୁ ଭକ୍ତ ମାନେ ବିଭିନ୍ନ ମାନସିକ କରିଥାନ୍ତି। ମାନସିକ ପୂରଣ ହେଲେ କୁକୁଡ଼ା, ବୋଦା ବଳି ଦେଇ ଥାନ୍ତି। ଯାହା ଆଗରୁ ଚାଲିଥିଲା ତାହା ଏବେ ବି ଚାଲିଛି। ବିଶେଷ କରି କୁମାର ପୁର୍ଣିମା ଦିନ ମାଙ୍କ ମୁଖ୍ୟ ପୂଜାର୍ଚ୍ଚନାର ଦିନ ଥାଏ। ସେଥିପାଇଁ ଭକ୍ତ ମାନେ ଦୂର ଦୁରାନ୍ତରୁ ଆସି ମାନସିକ କରିଥାନ୍ତି ।

Leave A Reply

Your email address will not be published.