ରାଉରକେଲା : ମୁକ୍ତିକାନ୍ତଙ୍କ ଅନଶନ ପଞ୍ଚମ ଦିନରେ। ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ଦେଓ ନଦୀ ବ୍ରିଜ ସ୍ଥଳ ପରିଦର୍ଶନ।
ରାଉରକେଲା : ୨୮/୧୦ (ସତ୍ୟାନ୍ୟୁଜ) ସମାଜସେବୀ ମୁକ୍ତିକାନ୍ତଙ୍କ ଅନଶନ ଆଜି ପଞ୍ଚମ ଦିନରେ ପହଁଚିଛି। ରାଉରକେଲା ନିକଟ ମିଟକୁନ୍ଦୁରିରେ ଥିବା ଦେଓ ନଦୀ ଉପରେ ନିର୍ମାଣଧୀନ ବ୍ରିଜକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ମୁକ୍ତିକାନ୍ତ ଆରମ୍ଭ କରିଛନ୍ତି ଆମରଣ ଅନଶନ। ଏବେ ଏହି ଦାବି ପ୍ରତି ବିଭିନ୍ନ ରାଜନୈତିକ ଦଳ ଏବଂ ଅନ୍ୟାନ୍ୟ ସଙ୍ଗଠନ ସମର୍ଥନ ଦେଇ ଛନ୍ତି। ଶନିବାର ଦିନ ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଦେଓ ନଦୀ ନିର୍ମାଣଧୀନ ବ୍ରିଜ ସ୍ଥଳ ପରିଦର୍ଶନ କରିଥିଲେ। ଏତେ ଦିନ ହେଲା ଚାଲିଥିବା ବ୍ରିଜ କାମ ସମ୍ପୂର୍ଣ୍ଣ ନହେବା ନିହାତି ଲଜ୍ଜାକର କଥା ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ବ୍ରିଜ କାମ ଶୀଘ୍ର ସାରିବାକୁ ସେ ଦାବି କରିଥିଲେ। ସରକାର ଚାହିଁଲେ ଜମି ଅଧିଗ୍ରହଣ ସମସ୍ୟା ସମାଧାନ ହୋଇ ପାରିବ ବୋଲି ସେ କହିଥିଲେ। ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ସହ ଯୁବ କଂଗ୍ରେସ କର୍ମୀ ଏବଂ କର୍ମକର୍ତ୍ତା ମାନେ ଦେଓ ନଦୀ ବ୍ରିଜ ସ୍ଥଳ ପରିଦର୍ଶନକରିଥିଲେ।