ରାଉରକେଲା : ନଭେମ୍ବର ୧ ତାରିଖରୁ ଭୁବନେଶ୍ୱର ଦେଇ ରାଉରକେଲା- କୋଲକାତା ମଧ୍ୟରେ ବିମାନ ଚଳାଚଳ।। କୋଲକାତା ଡାଇରେକ୍ଟ ବିମାନ ଚଳାଇବାକୁ ଦାବି।
ରାଉରକେଲା : ୨୮/୧୦ (ସତ୍ୟାନ୍ୟୁଜ) ଦୀର୍ଘ ଦିନର ପ୍ରତୀକ୍ଷା ଶେଷ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୧ ତାରିଖରୁ ରାଉରକେଲା- କୋଲକତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବାର ସୂଚନା ମିଳିଛି । ପୂର୍ବରୁ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ବିମାନ କୁ କୋଲକାତା ସହ ସଂଯୋଗ କରାଯିବ। ବିମାନ ପରିଚାଳନା କାରୀ ସଂସ୍ଥା ଆଲାଏନ୍ସ ଏଆର ପକ୍ଷରୁ ଏଥିପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ଏହି ବିମାନ କୋଲକାତାରୁ ଦିନ ଗୋଟାଏ ପଚାଶ ରୁ ବାହାରି ଭୁବନେଶ୍ୱରରେ ୩ଟା ୨୦ ମିନିଟରେ ପହଞ୍ଚିବ। ଅପରାହ୍ନ ୩ଟା ୪୫ ରେ ଭୁବନେଶ୍ୱରରୁ ବାହାରି ୪ଟା ୪୦ ମିନିଟରେ ରାଉରକେଲାରେ ପହଞ୍ଚିବ। ସେହିପରି ୫ଟା ୫ ମିନିଟରେ ରାଉରକେଲାରୁ ବାହାରି ଭୁବନେଶ୍ୱର ଦେଇ କୋଲକାତା ଫେରିବ। ରାଉରକେଲା – କୋଲକାତା ଟିକେଟ ଦର ୪ ହଜାର ୪୩୩ ଟଙ୍କା ରହିଥିବା ବେଳେ କୋଲକାତାରୁ ରାଉରକେଲା ଆସିବାକୁ ୫ ହଜାର ୫୫ ଟଙ୍କା ଦର ଧାର୍ଯ୍ୟ ହୋଇଛି। ତେବେ ରାଉରକେଲାରୁ କୋଲକାତା ସିଧାସଳଖ ବିମାନ ଚଳାଚଳ କରାଇବାକୁ ବଣିକ ସଙ୍ଘର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ କହିଛିନ୍ତି। ଭୁବନେଶ୍ୱର ଦେଇ କୋଲକାତା ଗଲେ ଅଧିକ ସମୟ ସହ ଅଧିକ ଅର୍ଥ ମଧ୍ୟ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।