ରାଉରକେଲା : ରାଉରକେଲାରେ ପଥ ଉତ୍ସବ ସହ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ।। ଯୁବ ପିଢିଙ୍କୁ ନୂତନ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଲାଗି ସଚେତନତା କାର୍ଯ୍ୟକ୍ରମ।
ରାଉରକେଲା : ୨୮/୧୦ (ସତ୍ୟାନ୍ୟୁଜ) ଆଗାମୀ ପିଢ଼ିର ଭୋଟର ମାନଙ୍କୁ ସଚେତନ କରାଇବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଶନିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଭୋଟର ସଚେତନତା ଶୋଭାଯାତ୍ରା ଉଦିତନଗର ଆମ୍ବେଦକର ଛକରୁ ବାହାରି ନେତାଜୀ ଫିଟନେସ ପାର୍କରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ଯୁବ ପିଢ଼ି ମାନେ ନିଜ ନିଜ ମତ ବ୍ୟକ୍ତ କରିଥିଲେ। ମୁଖ୍ୟତଃ ଆସନ୍ତା ଜାନୁୟାରୀ ୧ ତାରିଖରେ ଯେଉଁମାନେ ୧୮ ବର୍ଷ ରେ ପ୍ରବେଶ କରୁଛନ୍ତି ସେମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିବାକୁ ନିବେଦନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରଙ୍ଗୋଲି ପ୍ରତିଯୋଗିତାର ଅୟୋଜନ କରା ଯାଇଥିଲା। ଯୁବ ପିଢୀକୁ ଅଧିକ ସଚେତନ କରିବା ଲାଗି ଏକ ଭୋଟ୍ ଗ୍ରହଣ କେନ୍ଦ୍ରର ଡେମୋ ମଧ୍ୟ ପ୍ରସ୍ତୁତ କରା ଯାଇଥିଲା।