ରାଉରକେଲା : ରାଉରକେଲା ବଜ଼ାରରେ ପିଆଜ ରେଟ୍ ଆଜି କିଲୋ ପ୍ରତି ୬୦।। ପିଆଜ ଦର ବୃଦ୍ଧି ଆଉ ଏକ ମାସ ରହିବା ସମ୍ଭାବନା।

0 426

ରାଉରକେଲା : ୨୭/୧୦ (ସତ୍ୟାନ୍ୟୁଜ) ରକେଟ ବେଗରେ ବଢୁଛି ପିଆଜ ଦର। ସପ୍ତାହକ ପୂର୍ବରୁ ରାଉରକେଲା ବଜ଼ାରରେ ପିଆଜ ଦର କିଲୋ ପ୍ରତି ୩୦ ଟଙ୍କା ଥିବା ବେଳେ ଆଜି ଖୋଲା ବଜ଼ାରରେ କିଲୋ ପ୍ରତି ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ନବରାତ୍ର ପରେ ହଠାତ ପିଆଜର ଦର ବୃଦ୍ଧିର ପ୍ରକୃତ କାରଣ ଜଣା ପଡି ନାହିଁ। ତେବେ ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶରେ ପିଆଜର ଚାହିଦା ଅଧିକ ବଢି ଯାଇଥିବାରୁ ବାହାର ରାଜ୍ୟକୁ ଅଧିକ ପିଆଜ ଯୋଗାଣ ହୋଇ ପାରୁନାହିଁ। ଫଳରେ ଲଗାତାର ଦର ଵୃଦ୍ଧି ଜାରି ରହିଛି। ପିଆଜର ହଠାତ ଦର ବୃଦ୍ଧି ଉଭୟ ଖାଉଟି ଏବଂ ଦୋକାନୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

ରାଉରକେଲାକୁ ପ୍ରତିଦିନ ୬୦ ରୁ ୭୦ ଟନ୍ ପିଆଜ ଆସିଥାଏ। ସେଥି ମଧ୍ୟରୁ ପ୍ରତି ଦିନ ୫୦ ଟନ୍ ପିଆଜ ଖପତ୍ ହୋଇ ଥାଏ। ଆଜି ନାସିକ୍ ରେ ପାଇକରି ପିଆଜ ରେଟ୍ ୫୦ ଟଙ୍କା ରହିଥିବାରୁ ଆଗାମୀ ଦିନରେ ପିଆଜ ଦାମ ଆହୁରି ବଢିବାର ସମ୍ଭାବନା ରହିଛି।

ପିଆଜର ଏହି ଦର ବୃଦ୍ଧି ଅତି କମରେ ଆଉ ଏକ ମାସ ରହିବାର ସମ୍ଭାବନା ରହିଛି। ନୂଆ ପିଆଜ ଆମଦାନୀ ହେଲେ ଦର କମ ହେବାର ଆଶା କରା ଯାଉଛି।

Leave A Reply

Your email address will not be published.