ରାଉରକେଲା : ବୋନସ୍ ଦାବିରେ କୋଇଲା ଗେଟ୍ ନିକଟରେ ବିକ୍ଷୋଭ।। ଇସ୍ପାତ କର୍ମଚାରୀ ସଙ୍ଘ ପକ୍ଷରୁ ବିକ୍ଷୋଭ।

0 418

ରାଉରକେଲା : ୨୭/୧୦ ( ସତ୍ୟାନ୍ୟୁଜ) ଇସ୍ପାତ କର୍ମଚାରୀ ଏବଂ ଠିକା ଶ୍ରମିକଙ୍କୁ ୪୦ ହଜାର ୫୦୦ ଟଙ୍କା ବୋନସ୍ ଦେବା ସହ ଅନ୍ୟାନ୍ୟ ଦାବିରେ ଆଜି ଇସ୍ପାତ କର୍ମଚାରୀ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଟୁ ପକ୍ଷରୁ ରାଉରକେଲା କୋଇଲା ଗେଟ୍ ନିକଟରେ କରା ଯାଇଥିବା ଏହି ବିକ୍ଷୋଭରେ ଶତାଧିକ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ବୋନସ୍ ଦାବି ସହ ୩୯ ମାସର ବକେୟା ଏରିଅର ପ୍ରଦାନ ମଧ୍ୟ ଦାବି କରାଯାଇଛି । ଶୁକ୍ରବାର ଦିନ ଅୟୋଜିତ ଏହି ବିକ୍ଷୋଭ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଚାଲି ଥିଲା।

Leave A Reply

Your email address will not be published.