ରାଇରଙ୍ଗପୁର : ୨୭/୧୦ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରି ଗ୍ରାମର ଏକ ପୋଲ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦୟ ନାଥ କିସ୍କୁ ନାମକ ଏହି ୪୦ ବର୍ଷୀୟ ବ୍ୟକ୍ତିଙ୍କୁ କେହି ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ତଣ୍ଟି କାଟି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି। ସୂଚନା ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ବାଦାମ ପାହାଡ଼ ଥାନା ଅଧିକାରୀ କାମାକ୍ଷା କମଳେଶ୍ବର ହେମ୍ବ୍ରମ୍ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ବାରିପଦାରୁ ସାଇନ୍ଟିଫିକ୍ ଟିମ୍ ଆସି ତଦନ୍ତ ଚଳାଇଛନ୍ତି ।