ରାଉରକେଲା : ଏ ଏସ୍ ଆଇ ଆଲିଶ୍ ଲୁଗୁନଙ୍କୁ ହତ୍ୟା କରାଯାଇଥିବା ଦୋହରାଇଲେ ସ୍ୱାମୀ ଏବଂ ଭାଇ।। ସିବିଆଇ ତଦନ୍ତ ଦାବି।

0 535

ରାଉରକେଲା : ୨୬/୧୦ (ସତ୍ୟାନ୍ୟୁଜ) ରାଉରକେଲା ଉଦିତନଗର ଥାନା
ଏ ଏସ୍ ଆଇ ଆଲିଶ୍ ଲୁଗୁନଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ। ତାଙ୍କୁ ହତ୍ୟା କରାଯାଇଛି। ପୁଣି ଏହି ଅଭିଯୋଗ ଆଣିଛନ୍ତି ଆଲିଶ୍ ଙ୍କ ଭାଇ ଏବଂ ସ୍ୱାମୀ। ଗୁରୁବାର ଦିନ ଏହି ସନ୍ଦର୍ଭରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ପୋଷ୍ଟ ମର୍ଟମ ରିପୋର୍ଟ କିମ୍ବା ପୋଲିସର ତଦନ୍ତରେ ସେମାନେ ସନ୍ତୁଷ୍ଟ ନଥିବା କହିଛନ୍ତି। ଗତ ମାସ ଏକ ଗଣ୍ଡଗୋଳ ସମୟରେ ଡ୍ୟୁଟି କରୁଥିବା ବେଳେ ଆଲିଶ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ବର୍ଗଙ୍କ ଏତେଲା କ୍ରମେ ପୋଲିସ ଏକ ହତ୍ୟା ମାମଲା ରଜ୍ଜୁ କରି ତଦନ୍ତ କରୁଥିଲା। ମାତ୍ର ପୋଷ୍ଟ ମର୍ଟମ ରିପୋର୍ଟରେ ରୋଗ ଜନିତ ମୃତ୍ୟୁ ଦର୍ଶା ଯାଇଥିବାରୁ ପୋଲିସ ହତ୍ୟା ଦଫା ପ୍ରତ୍ୟାହାର କରିଥିଲା। ଏଥିରେ ସନ୍ତୁଷ୍ଟ ନହୋଇ ଏଲିଶଙ୍କ ଭାଇ ଏବଂ ସ୍ୱାମୀ ସିବିଆଇ ତଦନ୍ତ ଦାବି କରିଛନ୍ତି।

Leave A Reply

Your email address will not be published.