ରାଉରକେଲା : ଦେଓ ନଦୀ ଉପରେ ବ୍ରିଜ କାମ ଶିଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ମୁକ୍ତିକାନ୍ତଙ୍କ ଆମରଣ ଅନଶନ।। ଗାନ୍ଧୀ ଜୟନ୍ତୀରୁ ବସିଥିଲେ ଧାରଣାରେ।

0 353

ରାଉରକେଲା : ୨୬/୧୦ (ସତ୍ୟାନ୍ୟୁଜ) ଦେଖନ୍ତୁ .…. କିପରି ବିପଦ ସଂକୁଳ ଅବସ୍ଥାରେ ଲୋକ ମାନେ ବ୍ରିଜ ତଳକୁ ଓହ୍ଲାଉଛନ୍ତି। ଛୋଟ ପିଲାଙ୍କୁ ହାତରେ ଧରି ଅସ୍ଥାୟୀ ବାଉଁଶ ସିଢୀରେ ତଳକୁ ଓଲ୍ଲାଉଛନ୍ତି। ଏ ଦୃଶ୍ୟ ହେଉଛି ରାଉରକେଲା ନିକଟ ବିଶ୍ରା ବ୍ଲକର ମିଟ୍ କୁନ୍ଦୁରି ଦେଓ ନଦୀ ଉପରେ ନିର୍ମାଣଧୀନ ବ୍ରିଜର। ପାଞ୍ଚ ବର୍ଷ ହେଲା ବ୍ରିଜ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ କାମ ଅଧାପାନ୍ତରିଆ ପଡ଼ି ରହିଥିବା କୁହାଯାଉଛି। ବ୍ରିଜ କାମ ଶୀଘ୍ର ସାରିବା ଦାବିରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ବ୍ରିଜ ନିକଟରେ ଆମରଣ ଅନଶନରେ ବସିଛନ୍ତି। ଅକ୍ଟୋବର ୨ ତାରିଖରୁ ଧାରଣାରେ ବସିଥିଲେ ମଧ୍ୟ କେହି ନଶୁଣିବାରୁ ସେ ଏବେ ଆମରଣ ଅନଶନରେ ବସିଛନ୍ତି

ଅନ୍ୟ ପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବ୍ରିଜ ସ୍ଥଳ ନିରୀକ୍ଷଣ କରି ବ୍ରିଜ କାମ ଶୀଘ୍ର ସାରିବାକୁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। କିନ୍ତୁ ଗ୍ରାମବାସୀଙ୍କ ଦୁଃଖ ସେହିପରି ରହିଛି। ପିଲା ଛୁଆ ଧରି ବିପଦ ଶଙ୍କୁଳ ଅବସ୍ଥାରେ ବ୍ରିଜ ରୁ ଓଲ୍ଲାଉଛନ୍ତି।

୨୦୧୮ ମସିହାରୁ ବିଜୁ ସେତୁ ଯୋଜନାରେ ଏହି ବ୍ରିଜ କାମ ଆରମ୍ଭ କରାଯାଇଥିଲା। ୮୦ ପ୍ରତିଶତ କାମ ମଧ୍ୟ ସରି ଯାଇଛି। ମାତ୍ର ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଅଟକି ଯାଇଛି କାମ।

Leave A Reply

Your email address will not be published.