ରାଉରକେଲା : ରାଉରକେଲାରେ ଚାଲିଛି ମା ଦୁର୍ଗାଙ୍କ ଭଷାଣି ଉତ୍ସବ।। ବାଲୁଘାଟ କୁତ୍ରିମ ପୋଖରୀରେ କରାଯାଉଛି ବିସର୍ଜନ।

0 639

ରାଉରକେଲା : ୨୫/୧୦ (ସତ୍ୟାନ୍ୟୁଜ) ରାଉରକେଲାରେ ଆଜି ଚାଲିଛି ମା ଦୁର୍ଗାଙ୍କ ଭଷାଣି ଉତ୍ସବ। ସହରରେ ଅନୁଷ୍ଠିତ ହୋଇଥିବା ୧୦୮ଟି ମେଢ ମଧ୍ୟରୁ ଆଜି ପ୍ରାୟ ୧୦୦ ଟି ମେଢ ବିସର୍ଜନ କରା ଯାଉଛି। ବ୍ରାହ୍ମଣୀ ନଦୀ କୂଳରେ ଥିବା ବାଲୁଘାଟ କୁତ୍ରିମ ପୋଖରୀରେ ବିସର୍ଜନ ପର୍ବ ସମ୍ପନ୍ନ କରାଯାଉଛି। ଏଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାନଗର ନିଗମ ପକ୍ଷରୁ ଆଲୋକ ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୋଲିସ ମୁତୟନ କରାଯାଇଛି। ବିସର୍ଜନ ଯେପରି ସୁରୁଖୁରୁରେ ହୋଇ ପାରିବ ସେଥିପାଇଁ ଦୁଇଟି କ୍ରେନ ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ପ୍ରତିମାକୁ ଶ୍ରଦ୍ଧା ଏବଂ ସମ୍ମାନର ସହ ପୋଖରୀରେ ବିସର୍ଜନ କରାଯାଉଛି। ଆଜି ଅପରାହ୍ନରୁ ବିସର୍ଜନ ପର୍ବ ଆରମ୍ଭ ହୋଇ ଯାଇଥିବା ବେଳେ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.