ରାଉରକେଲା : ଆଜି ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା।। ବିଭିନ୍ନ ପେଣ୍ଡାଲରେ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଲାଗି ରହିଛି।

0 251

ରାଉରକେଲା : ୨୨/୧୦ (ସତ୍ୟାନ୍ୟୁଜ) ଆଜି ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ବିଭିନ୍ନ ପେଣ୍ଡାଲରେ ହେଉଥିବା ବେଳେ ପୀଠରେ ମାଙ୍କ ନବମୀ ପୂଜା କରାଯାଉଛି। ରାଉରକେଲା ହନୁମାନ ବାଟିକାରେ ଥିବା ଦେବୀଙ୍କ ମନ୍ଦିର , ସିଂହାସନୀ ମନ୍ଦିର , ବୈଷ୍ଣଦେବୀ ମନ୍ଦିର , ତାରିଣୀ ମନ୍ଦିର ଆଦିରେ ମା ଦୁର୍ଗାଙ୍କ ନବମୀ ପୂଜା ଚାଲିଛି। ସେହି ପରି ସହରର ବିଭିନ୍ନ ପେଣ୍ଡାଲରେ ମା’ଙ୍କ ମହା ଅଷ୍ଟମୀ ପୂଜା ଚାଲିଛି। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ପେଣ୍ଡାଲ ନିର୍ମାଣ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଏହାଛଡା ଆମୋଦ ପ୍ରମୋଦ ପାଇଁ ମିନା ବଜ଼ରର ଅୟୋଜନ କରାଯାଇଛି ।

Leave A Reply

Your email address will not be published.