ବଣାଇ : ଗାଁ ଗାଁ ବୁଲୁଛନ୍ତି କନ୍ତ ଦେବୀ। ପୂଜାର୍ଚ୍ଚନା କରିବା ସହ ମାନସିକ ଧାରୀ ମାନେ କୁକୁଡ଼ା , ବୋଦା ବଳି ଦେଉଛନ୍ତି।
ରାଉରକେଲା : ୨୨/୧୦ (ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ କନ୍ତ ଦେବୀଙ୍କ ଏବେ ଗାଁ ଗାଁରେ ପୂଜାର୍ଚ୍ଚନା ଚାଲିଛି। କାହିଁ କେଉଁ ରାଜା ରାଜୁଡା ଅମଳରୁ ବଣାଇ ବାସୀ କନ୍ତ ଦେବୀଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ମାନି ଆସୁଛନ୍ତି। କେବଳ ବଣାଇ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ବାହାର ଭକ୍ତମାନେ ଦେବୀଙ୍କୁ ମାନି ଆସୁଛନ୍ତି। କନ୍ତ ଦେବୀ ବର୍ଷକରେ ଥରେ ଗାଁ ଗାଁ ବୁଲି ବାହାରନ୍ତି। ଖଣ୍ଡାଧାର ନିକଟରେ ଥିବା ସାନଜଲ ଗାଁ ନିକଟ ପାହାଡ଼ ଉପରେ ଦେବୀ ଅଵସ୍ଥାନ କରୁଥିବା ବେଳେ ଦୁତୀୟା ଦିନ ପୂଜା ପାଇବା ଲାଗି ବଣାଇ ର ସମସ୍ତ ଗ୍ରାମ କୁ ଆସି ଭୋଗ ଖାଇ ଥାନ୍ତି। ମାନସିକ କରିଥିବା ଭକ୍ତମାନେ ମାନସିକ ପୂରଣ ହେଲେ କୁକୁଡ଼ା, ବୋଦା ବଳି ଦେଉ ଥିବା ବେଳେ ଅନ୍ୟ ମାନେ ଖଇ, ନଡ଼ିଆ, କଦଳୀ ଦେଇ ଦେବୀଙ୍କ ଆଶିଷ ନେଇ ଥାନ୍ତି ।ଦେବୀଙ୍କ ସ୍ୱରୂପ ଏକ ଢ଼ିଙ୍କି ସମା ପରି। କନ୍ତ ଦେବୀଙ୍କ ନିକଟରେ ମାନସିକ ରଖିଲେ ମନୋକାମନା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ।