ରାଉରକେଲା : ଏଏସ୍ଆଇ ଆଲିଶ୍ ଲୁଗୁନଙ୍କ ମୃତ୍ୟୁ ରୋଗ ଜନିତ।। ତାଙ୍କୁ ହତ୍ୟା କରଯାଇ ନାହିଁ।। ଏମ୍ସ ଯାଞ୍ଚ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେଲା ମାମଲା।
ରାଉରକେଲା : ୨୧/୧୦ (ସତ୍ୟାନ୍ୟୁଜ) ରାଉରକେଲା ଉଦିତନଗର ଥାନା
ଏ ଏସ୍ ଆଇ ଆଲିଶ୍ ଲୁଗୁନଙ୍କ ମୃତ୍ୟୁ ଏକ ରୋଗର ପରିଣାମ ସ୍ୱରୂପ ହୋଇଛି। ତାଙ୍କୁ ହତ୍ୟା କରା ଯାଇ ନାହିଁ। ଭୁବନେଶ୍ୱର ଏମ୍ସ ରୁ ଏଲିଶ୍ ଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଏମ୍ସ ରିପୋର୍ଟ ଆଧାରରେ ରାଉରକେଲା
ଏସ୍ ପି ମିତ୍ରଭାନୁ ମହାପାତ୍ର ଆଜି ପ୍ରେସ୍ କୁ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ ଅକ୍ଟୋବର ୧ ତାରିଖରେ ଆଲିଶ୍ ଏକ ଗଣ୍ଡଗୋଳ ଘଟଣାରେ ଡ୍ୟୁଟିରେ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ସେ ମୃତ୍ୟୁ ବରଣ କରିଥିଲେ। ପରେ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗ ହେବାରୁ ଥାନାରେ ଏକ ହତ୍ୟା ମାମଲା ରଜ୍ଜୁ ହୋଇଥିଲା। ଏବେ ହତ୍ୟା ମାମଲା କେଶ୍ ବନ୍ଦ କରାଯାଇଛି।
ରାଉରକେଲା ସହରର ବହୁ ଚର୍ଚ୍ଚିତ ଏଏସଆଇ ଆଲିଶ୍ ଲୁଗୁନ ମୃତ୍ୟୁ ମାମଲା ର ଆସିଲା ପୋଷ୍ଟ ମୋର୍ଟମ ରିପୋର୍ଟ। ପୋଷ୍ଟମୋର୍ଟମ ରିପୋର୍ଟ ଆସିବ ପରେ ଏହାକୁ ସିନିୟର ଡାକ୍ତର ଏବଂ ଏମ୍ସ ର ବରିଷ୍ଠ ଡାକ୍ତର ଙ୍କ ଦେଖାଇବା ସହ ଯାଞ୍ଚ କରି ବରିଷ୍ଠ ଡାକ୍ତର ଙ୍କ ସହ ଆଲୋଚନା ପରେ ଆସିଛି ନୂଆ ମୋଡ଼। ରାଉରକେଲା
ଏସ୍ ପି ମିତ୍ରଭାନୁ ମହାପାତ୍ର ଏହି ଘଟଣା ସମ୍ପର୍କରେ ରଖିଛନ୍ତି ନିଜ ପ୍ରତିକ୍ରିୟା। ତେବେ ଆସିଥିବା ପୋଷ୍ଟମୋର୍ଟମ ରିପୋର୍ଟ ରେ ମହିଳା
ଏ ଏସ୍ ଆଇ ଆଲିଶ୍ ଲୁଗୁନ ଙ୍କୁ ଏକ୍ସସାଇଟେଡ଼ ଡେଲିରଆମ ରୋଗ ଥିବା ଜଣା ପଡ଼ିଥିଲା। ହଠାତ ଉତ୍ତେଜିତ ହୋଇ ପଡିଲେ ଏହି ରୋଗର ସେହି ସମୟରେ ଦେହରୁ ହରମୋନ କ୍ଷରଣ ପ୍ରବଳ ମାତ୍ରାରେ ହୋଇଥାଏ। ଯାହା ଯୋଗୁଁ ଦେହ ଅସୁସ୍ଥ ହୋଇପଡେ ଏବଂ ହାର୍ଟ ଉପରେ ଏହାର ପ୍ରଭାବ ପଡେ। ଏହା ଯୋଗୁଁ ଏହି ଅଡ୍ରିନାଳୀନ ଅଧିକ ବୋହିଲେ ମୃତ୍ୟୁ ମଧ୍ୟ ହୋଇଯାଏ। ତେବେ ଖାସ ଏହି କାରଣ ଯୋଗୁଁ ମହିଳା ଏଏସ୍ଆଇ ଆଲିଶ୍ ଲୁଗୁନ ଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ରାଉରକେଲା ଏସପି। ତେବେ ପରିବାର ଲୋକେ ଯେଉଁ ମାଡ଼ ମାରିଥିବା ଏବଂ ମାଡ଼ ଯୋଗୁଁ ମୃତ୍ୟୁ ହୋଇଥିବା କଥା ଅଭିଯୋଗ କରି ହତ୍ୟା ମାମଲା ରୁଜୁ କରିଥିଲେ ତାହା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇଲେ ରାଉରକେଲା ଏସପି। ଅଭିଯୁକ୍ତ ମାନଙ୍କ ବିରୋଧରେ ଚାଲିଥିବା ହତ୍ୟା ମାମଲା କୁ ପରିବର୍ତ୍ତନ କରାଯାଇ ଜଣେ ଡ୍ୟୁଟି ରେ ଥିବା ପୋଲିସ ଅଧିକାରୀ ଙ୍କ କାର୍ଯ୍ୟ ରେ ବାଧା ଉପୁଜାଇଥିବା ଅଭିଯୋଗ ଅନୁଯାୟୀ ମାମଲା ର ତଦନ୍ତ ହେବ ଏବଂ ଯେଉଁ ଅଭିଯୁକ୍ତ ମାନେ ଏହି ମାମଲାରେ ଫେରାର ଅଛନ୍ତି ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଗଣମାଧ୍ୟମ କୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।