ରାଉରକେଲା : ଆଜି ମା ଦୁର୍ଗାଙ୍କ ମହା ସପ୍ତମୀ ପୂଜା।। ବିଭିନ୍ନ ପୀଠ ଏବଂ ପେଣ୍ଡାଲରେ ପୂଜା ଆରମ୍ଭ।। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୪ ପ୍ଲାଟୁନ ପୋଲିସ ମୁତୟନ।

0 375

ରାଉରକେଲା : ୨୧/୧୦ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରରେ ଆଜିଠାରୁ ଆରମ୍ଭ ହୋଇଛି ମା ଦୁର୍ଗାଙ୍କ ମହା ସପ୍ତମୀ ପୂଜା। ବିଭିନ୍ନ ପୂଜା କମିଟି ପକ୍ଷରୁ ନଦୀ ଘାଟରୁ କଳସରେ ପାଣି ଆଣିବା ପରେ ସ୍ଥାପନା କରାଯାଇ ପୂଜା ଆରମ୍ଭ କରଯାଇଛି। ପେଣ୍ଡାଲ ନିର୍ମାଣ ସହ ଅନ୍ୟାନ୍ୟ ସାଜ୍ଜସଜ୍ଜା କାର୍ଯ୍ୟ ପ୍ରାୟ ସରି ଯାଇଛି। ଏହାଛଡା ବିଭିନ୍ନ ଦେବୀ ପୀଠରେ ମଧ୍ୟ ଆଜି ମହା ସପ୍ତମୀ ପୂଜା ହେଉଛି। ହନୁମାନ ବାଟିକା ରେ ମା ବିମଳା , ମା ମଙ୍ଗଳା , ବୈଷ୍ଣଦେବୀ ମନ୍ଦିରରେ ସପ୍ତମୀ ପୂଜା କରାଯାଇଛି। ଆଜି ସଂଧ୍ୟାରୁ ପୂଜା ପେଣ୍ଡାଲ ମନଙ୍କରେ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୨୪ ପ୍ଲାଟୁନ ପୋଲିସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଏହାଛଡା ଗୋଟିଏ ପ୍ଲାଟୁନ ଡିଭିଏଫ୍ ସହ ୩୦୦ ହୋମଗାର୍ଡ ମଧ୍ୟ ମୁତୟନ କରାଯାଇଛି। ଶାନ୍ତି ଶୃଙ୍ଖଳା ସହ ପୂଜା ସମାପନ ପାଇଁ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା , ଇଣ୍ଟିଗ୍ରେସନ ଫୋରମ ସଦସ୍ୟ ଏବଂ କେନ୍ଦ୍ରୀୟ ପୂଜା କମିଟି ସହ ଆଲୋଚନା ହୋଇଛି ବୋଲି ରାଉରକେଲା ଏସ୍ ପି ମିତ୍ରଭାନୁ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.