ରାଉରକେଲା : ଆରଏସପି ନିର୍ମିତ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲୋ ହସ୍ପିଟାଲ ଚଳାଇବ।। ଆରଏସପି ଏବଂ ଆପୋଲୋ କର୍ତ୍ତୃପକ୍ଷଙ୍କ ମିଳିତ ଘୋଷଣା।

0 445

ରାଉରକେଲା : ୧୯/୧୦ (ସତ୍ୟାନ୍ୟୁଜ) ରାଉରକେଲାରେ ନବନିର୍ମିତ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଓ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ ଲିମିଟେଡ଼ ପରିଚାଳନା କରିବ। ଏହି ସହଭାଗୀତା ନେଇ ବୁଧବାର ଦିନ ରାଉରକେଲା ଇସ୍ପାତ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲ ପକ୍ଷରୁ ମିଳିତ ଭାବେ ଘୋଷଣା କରାଯାଇଛି। ଏ ନେଇ ହସ୍ପିଟାଲ ପରିସରରେ ଏକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା। ୨୯୦ ଶଯ୍ୟାବିଶିଷ୍ଟ ଏହି ସୁପର ସ୍ପେସିଆଲିଟି ହସ୍ପିଟାଲକୁ ରାଉରକେଲା ଇସ୍ପାତ କାରଖାନା ସ୍ଥାପନ କରିଥିଲା। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକମାନେ ଏଠାରେ ଉପକୃତ ହେବେ। ଅୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର , ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ , ଆପୋଲୋ ହସ୍ପିଟାଲର ଉପସଭାପତି ଡକ୍ତର ରୋହିଣୀ ଶ୍ରୀଧର ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.