ସୁନ୍ଦରଗଡ : ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ।। ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସ କୋର୍ଟ।
ସୁନ୍ଦରଗଡ : ୧୯/୧୦ ( ସତ୍ୟାନ୍ୟୁଜ) ଏକ ସମ୍ବେଦନଶୀଳ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାର କରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୬ ମସିହା ଅକ୍ଟୋବର ମାସରେ ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ୪ ବର୍ଷୀୟ ଶିଶୁ କନ୍ୟାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଜା ଶୁଣାଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ ମହେନ୍ଦ୍ର କୁମାର ସୂତ୍ରଧାର। ଶିଶୁ କନ୍ୟାଟି ମାଆ ସହିତ ଶୋଇଥିବା ବେଳେ ଅଭିଯୁକ୍ତ ସଞ୍ଜୀବ କେରକେଟା ଅପହରଣ କରି ନେଇଥିଲା। ପରେ ଏକ ନିର୍ମାଣାଧିନ କୋଠାରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ଶିଶୁ କନ୍ୟାଟିକୁ। ସେତେବେଳେ ଅପହରଣର ତିନି ଦିନ ପରେ ଶିଶୁକନ୍ୟାର ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର କରିଥିଲା ଟାଉନ ଥାନା ପୋଲିସ । ଆଜି ଅଦାଲତ ଅଭିଯୁକ୍ତ ସଞ୍ଜୀବ କେର୍କେଟା କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।