ସୁନ୍ଦରଗଡ଼ : ଦନ୍ତା ହାତୀ ଆକ୍ରମଣରେ ପୁଣି ଜଣେ ଗ୍ରାମ ବାସୀ ମୃତ।। ବଡ଼ଗାଁ ଫରେଷ୍ଟ ରେଞ୍ଜ ର ଫୁଲବାରୀ ଲାଖପଡାର ଘଟଣା।
ସୁନ୍ଦରଗଡ଼ : ୧୯/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ବର୍ଷ ସାରା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବରେ ବହୁ ଧନ ଜୀବନ ନଷ୍ଟ ହେବାରେ ଲାଗିଛି। ବୁଧବାର ରାତିରେ ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜ ର ଫୁଲବାରୀ ଲାଖପଡ଼ା ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ବୀରେନ କିଶନ । ବିଳମ୍ବିତ ରତିରେ ଶୌଚ ପାଇଁ ବାହାରକୁ ବାହାରିଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ । ହାତୀ ତାଙ୍କୁ ଶୁଣ୍ଡ ରେ ଧରି କଚାଡି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳ ରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି । ଏକ ମାସ ରୁ ଉର୍ଦ୍ଧ କାଳ ହେବ ଏକ ଦନ୍ତା ହାତୀ ବଡ଼ଗାଁ ଫରେଷ୍ଟ ରେଞ୍ଜର ବିଭିନ୍ନ ଅଞ୍ଚଳ ରେ ଘୁରି ବୁଲୁଛି। ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇବା ସହ ନଷ୍ଟ କରୁଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।