ରାଉରକେଲା : ସରକାରୀ ଯୋଜନାରୁ ବଞ୍ଚିତ ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଲୋକ ଭେଟିଲେ ମହାନଗର ନିଗମ ଡେପୁଟି କମିଶନରଙ୍କୁ।
ରାଉରକେଲା : ୧୮/୧୦ (ସତ୍ୟାନ୍ୟୁଜ) ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ରରେ ବସବାସ କରୁଥିବା ସାଧାରଣ ଜନତା ସରକାରଙ୍କ ଲୋକାଭିମୁଖୀ ଯୋଜନାରୁ ବିଶେଷ ସୁଫଳ ପାଉ ନଥିବା ଅଭିଯୋଗ ହେଉଛି l ରାଉରକେଲା ମହାନଗର ନିଗମ ଦ୍ୱାରା ବିଭିନ୍ନ ବସ୍ତି ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସେମାନଙ୍କ ନିକଟରେ ପହଞ୍ଚି ପାରୁନି l ସହର ଭିତରେ ଥାଇ ମଧ୍ୟ ସହରାଞ୍ଚଳ ଯୋଜନା ବସ୍ତି ବାସିନ୍ଦାଙ୍କ ପାଇଁ ସାତ ସପନ ପାଲଟିଛି l ଏନେଇ ବିଭାଗୀୟ ଅବହେଳାକୁ ଦାୟୀ କରୁଛନ୍ତି ଅଭିଯୋଗକାରୀ ବସ୍ତି ବାସିନ୍ଦା l ଏଭଳି ସ୍ଥିତିରେ ବୁଧବାର ଦିନ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆର ଏମ ସି ଡେପୁଟି କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ l
ପ୍ରଶାନ୍ତ କହିଥିଲେ ଯେ ସରକାରୀ ଯୋଜନାରୁ ସୁଫଳ ପାଇବା ନେଇ ପ୍ରକୃତ ହିତାଧିକାରୀଙ୍କ ହକ ରହିଛି l ଆମେ ଏଥିରୁ ସେମାନଙ୍କୁ ବଞ୍ଚିତ ରଖିବା ଆଦୌ ଉଚିତ ହେବ ନାହିଁ l ଆର ଏମ ସି ପକ୍ଷରୁ ମୁକ୍ତା, ପି ଏମ ଏ ୟି, ଏନ ୟୁ ଏଲ ଏମ, ଆହାର, କୋଲଡ଼ ଷ୍ଟୋର, ସାର୍ବଜନୀନ ପାର୍କ, ଭେଇକିଲ ପାର୍କିଂ, ରେଷ୍ଟୁରାଣ୍ଟ ଆଦି କେତକ ସ୍ୱାବଲମ୍ବି ଯୋଜନାରେ ମହିଳା ଏସ ଏଚ ଜିଙ୍କୁ ସୁଯୋଗ ମିଳୁ ନାହିଁ l ଏହି ନିର୍ବାଚନ ମଣ୍ଡଳୀର ମହିଳା ଗୋଷ୍ଠୀ ଏଭଳି ଜନହିତକର ଯୋଜନାରୁ ସମ୍ପୂର୍ଣ ବଞ୍ଚିତ ରହୁଛନ୍ତି l ଫଳରେ ଏମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି l ଘଟଣା ନେଇ ଏକାଧିକ ସମୟରେ ଦାବି ପତ୍ର ସହ ଆଲୋଚନା ମଧ୍ୟ କରାଯାଇଛି l ତଥାପି ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ ନକରିବା ଦୁଃଖଦାୟକ ବୋଲି ପ୍ରଶାନ୍ତ କହିଛନ୍ତି l ସାମଗ୍ରୀକ ଭାବେ ଏହି ଅଂଚଳବାସୀଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତିରେ ବିଚାରକୁ ନେଇ ସକାରାତ୍ମକ ପଦକ୍ଷେପ ନିଆଗଲେ ଗୋଟିଏ ବଡ଼ ବର୍ଗ ଉପକୃତ ହୋଇ ପାରନ୍ତା ବୋଲି ପ୍ରଶାନ୍ତ ମତ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ଶତପଥି, ସବିତା ମୁଦୁଲି, ସରସ୍ବତୀ ବାରିକ, ବନିତା ପାଲ, ଲକ୍ଷ୍ମୀପ୍ରିୟା ବେହେରା, ଅର୍ଣ୍ଣପୂର୍ଣ୍ଣା ଦଳାଇ, ଅଞ୍ଜଳି ପାଲ, ଚନ୍ଦ୍ର ମଣ୍ଡଳ, ଉଷାରାଣି କୁମ୍ଭାର, ରୁକ୍ମଣୀ ପ୍ରଧାନ, ବିଜୟୀ ନାଗ, ରିଙ୍କି ନାୟକ, ଅନୁପମ ସାହୁ, ମୀନ ମଲ୍ଲିକଙ୍କ ସମେତ ବାବୁ ମହାନ୍ତି, ସରୋଜ ନାୟକ, ବିଶ୍ୱରଂଜନ ରାଉତ, ତନ୍ମୟ ସେଠୀ, ସୋନୁ ସିଂ, ରାଜୁ ଖଡିଆ, ଜିତେନ୍ ମାଛଖଣ୍ଡ ଓ ସୌମ୍ୟରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l