ମୟୁରଭଞ୍ଜ : ତିରିଂ ବ୍ଲକ ମାଙ୍କଡ଼ ଘାଟିରେ ବିଜେପିର ସମ୍ବର୍ଦ୍ଧନା ଏବଂ ମିଶ୍ରଣ ପର୍ଵ ଅନୁଷ୍ଠିତ।। ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା।
ମୟୁରଭଞ୍ଜ : ୧୭/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଭାରତୀୟ ଜନତା ପାର୍ଟି ତରଫରୁ ତିରିଂ ବ୍ଲକ ମାଙ୍କଡିଘାଟୀ ହାଟପଡିଆ ଠାରେ ଏକ ସମ୍ବର୍ଦ୍ଧନା ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗ ଦେଇଥିଲେ। ଏହି ବିରାଟ ସମାବେଶରେ ନୂତନ ଭାବେ ଭାରତୀୟ ଜନତା ପାର୍ଟିରେ ଜଲେନ ବାର୍ଦା, ବାବୁଲୁ କାଲୁଣ୍ଡିଏ, କମଲ ମଣ୍ଡଳ, ସୁରେଶ ଓରାମ , ସୁରତ ପଟ୍ଟନାୟକ ତଥା ଆହୁରି ୧୨୦ ଜଣ ଯୋଗ ଦେଇଥିଲେ | ଏହି ବୈଠକରେ ରାଇରଙ୍ଗପୁର ବିଧାୟକ ତଥା ଜିଲ୍ଲା ସଭାପତି ନବଚରଣ ମାଝୀ, ରାଜ୍ୟ ସଂପାଦକ ନବୀନ ରାମ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବରିଷ୍ଠ ନେତା ଇଶାନ ମିଶ୍ର, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମଦ, ଉପାଧ୍ୟକ୍ଷା ପୂର୍ଣ୍ଣିମା ବାର୍ଦା, ରାମଚନ୍ଦ୍ର ହାଁସଦାଃ, ପୂର୍ବତନ ଜିଲ୍ଲାପରିଷଦ ସୀମା କାଲୁନଡିଆ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଫାଗୁରାମ ମାର୍ଣ୍ଡି, ମଣ୍ଡଳ ସଭାପତି ସୁନୀଲ ସାୱୟା, ରତନ ମହାନ୍ତ, ରାମଚନ୍ଦ୍ର ସୋରେନ, ପୂର୍ବତନ ଜିଲ୍ଲା ପରିଷଦ ସୁନୀଲ ମହାନ୍ତ, କମଳାକାନ୍ତ ନାଏକ, ସମାଜସେବୀ ଗୋପାଳ ବେଶ୍ରା , ଲାଲମୋହନ ମୁର୍ମୁ, ରାମରାଇ ହାଁସଦାଃ, ସଂଗ୍ରାମ ହାଁସଦାଃ, ଜୟଶଙ୍କର ମାହାତ, ରାମେଶ୍ବର ପୂର୍ତ୍ତୀ, ବାବୁଲୁ ପୂର୍ତ୍ତୀ, ରତିକାନ୍ତ ରାଉତ, ଦଶରଥ ସିଂ ଓ ଶିବାଜୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | ଏହି ସମାବେଶରେ ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଯୋଗ ଦେଇଥିଲେ।