ରାଉରକେଲା : ଟ୍ରାକ୍ଟର ଧକ୍କା ଦେଲା ସ୍କୁଲ ଅଟୋକୁ।। ୨ ଛାତ୍ରଙ୍କ ସମେତ ୩ ଆହତ।

0 621

ରାଉରକେଲା : ୧୭/୧୦ (ସତ୍ୟାନ୍ୟୁଜ) ସ୍କୁଲ ଅଟୋକୁ ଏକ ଟ୍ରାକ୍ଟର ଧକ୍କା ଦେବା ଫଳରେ ୨ ଜଣ ଛାତ୍ରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ରାଉରକେଲା ୧ ନମ୍ବର ସେକ୍ଟର ଦୁର୍ଗାପୂଜା ମଣ୍ଡପ ନିକଟ ରୋଡ଼ରେ ଘଟିଛି ଏହି ଦୁର୍ଘଟଣା। ଅଟୋରେ ଏକ ଘରୋଇ ଇଂରାଜୀ ମିଡ଼ିଅମ ସ୍କୁଲ ଛାତ୍ରଛାତ୍ରୀ ମାନେ ଘରକୁ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରାକ୍ଟର ଅଟୋ କୁ ଧକ୍କା ଦେଇଥିଲା। ଧକ୍କା ଦେବା ଟ୍ରାକ୍ଟରଟି ରାସ୍ତା କଡ଼କୁ ମାଡି ଯାଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକମାନେ ଆହତ ମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ପଠାଇଥିଲେ।

Leave A Reply

Your email address will not be published.