ରାଉରକେଲା : ମହାରାଜା ଅଗ୍ରସେନ ଜୟନ୍ତୀ ପରିପ୍ରେକ୍ଷୀରେ ବିଶାଳ ଶୋଭାଯାତ୍ରା।। ସହରର ମୁଖ୍ୟମାର୍ଗରେ ଶୋଭାଯାତ୍ରା।

0 400

ରାଉରକେଲା : ୧୪/୧୦ (ସତ୍ୟାନ୍ୟୁଜ) ମହାରାଜା ଅଗ୍ରସେନ ଜୟନ୍ତୀ ଉପଲକ୍ଷେ ରାଉରକେଲାରେ ଏକ ବିଶାଳ ଶୋଭାଯାତ୍ରାର ଅୟୋଜନ କରା ଯାଇଥିଲା। ଆମର ଭବନ ରୁ ବାହାରିଥିବା ଏହି ଶୋଭାଯାତ୍ରା ସହରର ମୁଖ୍ୟ ମାର୍ଗ ଦେଇ ଅଗ୍ରସେନ ଭବନରେ ପହଞ୍ଚି ଥିଲା। ମହାରାଜା ଅଗ୍ରସେନଙ୍କ ମୂର୍ତ୍ତିରେ ମଲ୍ୟାର୍ପଣ ପରେ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରା ଯାଇଥିଲା। ଅଗ୍ର ସମାଜର ମହିଳା , ପୁରୁଷ , ଯୁବକ ମାନେ ଏଥିରେ ସାମିଲ ଥିଲେ। ବିଭିନ୍ନ ପ୍ରକାର ର ଆକର୍ଷଣୀୟ ପ୍ରଜ୍ଞାପନ ମେଢ ସହ ଦେବାଦେବୀଙ୍କ ପ୍ରତିମା ସୁସଜ୍ଜିତ ଟ୍ରଲି ଉପରେ ଶୋଭା ପାଉଥିଲା। ଏହି ଅବସରରେ ବିଭିନ୍ନ ସାମାଜିକ ତଥା ଧାର୍ମିକ ସଙ୍ଗଠନ ପକ୍ଷରୁ ସର୍ବତ , ଫଳ ମିଠା ଆଦି ବଣ୍ଟନ କରା ଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ସୁପରିଚାଳନା ଲାଗି ବ୍ୟାପକ ପୋଲିସ ମୁତୟନ କରାଯାଇ ଥିଲା।
ଏହି ଶୋଭାଯାତ୍ରାରେ ମହାରାଜା ଅଗ୍ରସେନ ସେବା ସଙ୍ଘ , ରାଜସ୍ଥାନ ପରିଷଦ , ହରିୟାଣା ନାଗରିକ ସଙ୍ଘର କର୍ମକର୍ତ୍ତା ତଥା ସଦସ୍ୟ ମାନେ ଭାଗ ନେଇଥିଲେ।

Leave A Reply

Your email address will not be published.