ରାଉରକେଲା : ୧୪/୧୦.(ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୀଟ ନାଶକ ଔଷଧ ପେରାଡ଼ନକୁ ନିଷେଧ କରାଯାଇଛି। ପେରାଡନ୍ ବ୍ୟାନ୍ ହେବା ପରେ କୃଷି ଅଧିକାରୀ ବଣାଇ ର ସମସ୍ତ ବ୍ଲକ ରେ ଥିବା ଦୋକାନ ରେ ଚଢ଼ାଉ କରି ଏହି ଔଷଧ କୁ ସିଜ୍ କରିଛନ୍ତି ।
ଧାନ ଏବଂ ଅନ୍ୟ ଫସଲ ରେ ପୋକ ମାରିବା ଲାଗି ବଜ଼ାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡ ର କୀଟ ନାଶକ ଔଷଧ ନେଇ ଚାଷୀ ମାନେ କ୍ଷେତ, ବାଡ଼ି ବଗିଚା ରେ ପକାଇ ଥାନ୍ତି। ବାଡ଼ି ବଗିଚା ହେଉ କି ଚାଷ ଜମି ରେ ପେରାଡ଼ନ୍ ପକାଇଲେ ବଡ ବଡ ଘାସ ଗଛ ମରି ଯାଉଛି। ଏହି କୀଟନାଶକ ବହୁଳ ମାତ୍ରା ରେ ବ୍ୟବହାର ହେଉ ଥିବା ରୁ ବୁଲା ଗାଈ ଗୋରୁ ତାକୁ ଖାଉଛନ୍ତି। ଫଳରେ ଗାଇଗୋରୁ ବିଭିନ୍ନ ରୋଗରେ ଆଂକ୍ରାନ୍ତ ହେବା ସହ ଗାଈ ମାନେ ଏହାକୁ ଖାଉ ଥିବା ରୁ ଗାଈ କ୍ଷୀର ଉପରେ ମଧ୍ୟ ନେଗେଟିଭ ପ୍ରଭାବ ପଡୁଛି।
ପେରାଡନ ବ୍ୟାନ୍ ବାବଦରେ ସରକାର ସମସ୍ତ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେବା ପରେ କୃଷି ବିଭାଗ ବଣାଇରେ ଏକ ଟିମ୍ ଗଠନ କରିଛନ୍ତି। ବଣାଇ ର ସମସ୍ତ ବ୍ଲକ ରେ କୃଷି ଜାତୀୟ ବିହନ, କୀଟ ନାଶକ ଔଷଧ ବିକୁ ଥିବା ଦୋକାନ ଉପରେ ଚଢ଼ାଉ କରି ଏହି ପେରାଡ଼ନ,ପାରା କୁଟ ଔଷଧ କୁ ସିଜ୍ କରା ଯାଉଥିବା ଦେଖିବାକୁ ମିଳୁଛି।