ବଣାଇ : ଦୁଇ ଦିନିଆ କବାଡି ପ୍ରତିଯୋଗିତା ଉଦଯାପିତ।। କୃତି ଦଳ ବାଲେଶ୍ୱରରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ।
ବଣାଇ : ୧୪/୧୦ (ସତ୍ୟାନ୍ୟୁଜ) ବଣାଇ ଠାରେ ୧୪ବର୍ଷ ଏବଂ ୧୭ବର୍ଷ ବର୍ଗର ବାଳକ, ବାଳିକାଙ୍କୁ ନେଇ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକର ପ୍ରାୟ ୬୮ଟି ଦଳ ଯୋଗ ଦେଇ ଥିଲେ। ପ୍ରତିଯୋଗିତାରେ ବାଳକ ଏବଂ ବାଳିକା ବିଭାଗର ୮ଟି ଦଳ ମନୋନୟନ ହୋଇ ଥିବା ବେଳେ ବାଲେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଖେଳ ରେ ସେମାନେ ଯୋଗ ଦେବେ । ଉଦଘାଟନ ଉତ୍ସବରେ ବଣାଇ ରାଜା ସାହେବ ବୀର କିଶୋର
ଇନ୍ଦ୍ର ଦେଓଦେବ, ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ, ଯୋଗ ଦେଇ ଥିଲେ। ସେହିପରି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଣାଇ ବିଡ଼ିଓ ପ୍ରହଲ୍ଲାଦ ନାରାୟଣ ଶର୍ମା , ବଣାଇ ବ୍ଲକ ଶିକ୍ଷାଧିକାରୀ ସୁନୀଲ ମୁଣ୍ଡ ଯୋଗ ଦେଇ ପୁରସ୍କାର ପ୍ରଦାନ କରି ଥିଲେ । ପ୍ରଫୁଲ୍ଲ କୁମାର ସାହୁ, ପ୍ରଭାତ ସାହୁ ଖେଳ ପରିଚାଳନା କରିଥିଲେ।