ରାଉରକେଲା : ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା ପାଳନ ଲାଗି ପ୍ରସ୍ତୁତି ବୈଠକ।। ପ୍ଲାଣ୍ଟସାଇଟ ଥାନାରେ ବିଭିନ୍ନ ପୂଜା କମିଟି ସହ ପୋଲିସର ଆଲୋଚନା।

0 406

ରାଉରକେଲା : ୧୩/୧୦ ( ସତ୍ୟାନ୍ୟୁଜ) ଶାରଦୀୟ ଦୁର୍ଗାପୂଜା ଲାଗି ରାଉରକେଲା ଇସ୍ପାତ ସହର ଏବେ ଚଳଚଞ୍ଚଳ। ସହର ଏବଂ ଆଖପାଖ ଅଞ୍ଚଳରେ ୧୦୦ ରୁ ଉର୍ଦ୍ଧ୍ବ ପେଣ୍ଡାଲରେ ଦୁର୍ଗାପୂଜା ହୋଇଥାଏ। ଏବେ ରାଉରକେଲା ସହ ସେକ୍ଟର ଅଞ୍ଚଳରେ ଦୁର୍ଗାପୂଜା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ପେଣ୍ଡାଲ ନିର୍ମାଣ ସହ ଭବ୍ୟ ତୋରଣ ମାନ ନିର୍ମାଣ କରାଯାଉଛି।
ଅନ୍ୟପକ୍ଷରେ ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା ସମ୍ପନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଭିନ୍ନ ଥାନା ଅଞ୍ଚଳରେ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ପୋଲିସର ବୈଠକ ଚାଲିଛି। ଶୁକ୍ରବାର ଦିନ ପ୍ଲାଣ୍ଟସାଇଟ ଥାନାରେ ଡ଼ିଏସପି ଅନୀଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ଲାଣ୍ଟସାଇଟ ଇନିସସ୍ପେକ୍ଟର ଜ୍ୟୋତି ରଞ୍ଜନ ପତିଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ରାଉରକେଲା ଇଣ୍ଟିଗ୍ରେସନ ଫୋରମର ସଦସ୍ୟ ମାନେ ମଧ୍ୟ ବୈଠକରେ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା ପାଳନ ଲାଗି ନିବେଦନ କରିଥିଲେ।

Leave A Reply

Your email address will not be published.