ରାଉରକେଲା : ଇ ଏସ୍ ଆଇ ଅନ୍ତର୍ଭୁକ୍ତ ଗୁରୁତର ଶ୍ରମିକଙ୍କୁ ଘରୋଇ ହସ୍ପିଟାଲ ରେଫର କରିବା ବନ୍ଦ ନେଇ ବିଂଜ୍ଞପ୍ତି।। ମିଳିତ ଶ୍ରମିକ ସଙ୍ଗଠନର ବିରୋଧ।
ରାଉରକେଲା : ୧୩/୧୦ (ସତ୍ୟାନ୍ୟୁଜ) ଇ ଏସ୍ ଆଇ ହସ୍ପିଟାଲରୁ ଆଉ ଗୁରୁତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଲାଗି ଘରୋଇ ଡାକ୍ତରଖାନା କୁ ରେଫର କରାଯିବ ନାହି। ସେମାନଙ୍କୁ ଇ ଏସ ଆଇ ହସ୍ପିଟାଲ କିମ୍ବା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯିବ। ଏପରି ଏକ ବିଂଜ୍ଞପ୍ତି ଆଜି ବାହାର କରି ଛନ୍ତି ଡେପୁଟି କମିଶନର। ଏହି ବିଂଜ୍ଞପ୍ତିକୁ ରାଉରକେଲାରେ ଵିରୋଧ କରିଛି ମିଳିତ ଶ୍ରମିକ ମଞ୍ଚ। ପୂର୍ବରୁ ଇ ଏସ୍ ଆଇ ଅନ୍ତର୍ଭୁକ୍ତ ଗୁରୁତର ଅସୁସ୍ଥ ଶ୍ରମିକ ମାନଙ୍କୁ ଭଲ ଘରୋଇ ହସ୍ପିଟାଲକୁ ରେଫର କରାଯାଉଥିଲା। ଯେଉଁ ଚିକିତ୍ସା ସୁବିଧା ଶ୍ରମିକ ମାନଙ୍କ ପାଇଁ ଇ ଏସ୍ ଆଇ ହସ୍ପିଟାଲରେ ରହିବା କଥା ତାହା ନାହିଁ। ଇ ଏସ୍ ଆଇ ପାଇଁ ଶ୍ରମିକ ଏବଂ ମାଲିକଙ୍କ ଠାରୁ ଟଙ୍କା କଟୁ ଥିବାରୁ ସେମାନଙ୍କୁ ପୂର୍ବବତ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମିଳିତ ଶ୍ରମିକ ସଙ୍ଗଠନ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି।