ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଗୁରୁତର ଆହତ ଓଏସ୍ଏପି ଯବାନ ସୁରେନ୍ଦ୍ର ବାର୍ଲା ଙ୍କ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।।
ସୁନ୍ଦରଗଡ଼ : ୧୨/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଲେଫ୍ରିପଡ଼ା ଫରେଷ୍ଟ ରେଞ୍ଜ ର ଗୁଣ୍ଡିଆଡ଼ିହି ଏବଂ ହଲମା ରେ ହାତୀ ଆକ୍ରମଣ ରେ ଆହତ ହୋଇଥିବା ଓଏସ୍ଏପି ଯବାନ ସୁରେନ୍ଦ୍ର ବାର୍ଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣେ ଆହତ ମହିଳା ଗୁରୁତର ଅବସ୍ଥାରେ ଏବେବି ଚିକିତ୍ସାଧୀନ ଅଛନ୍ତି। ହାତୀ ଘୋଉଡାଇଲା ବେଳେ ହାତୀ ର ପାଲଟା ଆକ୍ରମଣ ରେ ଉକ୍ତ ଯବାନ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ । ଅନ୍ୟ ଏକ ଘଟଣାରେ ଶୌଚ ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଓଏସଏପି ଯବାନ ଛୁଟିରେ ଘରକୁ ଆସିଥିବା ଜଣା ପଡିଛି । ଉଭୟଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ସୁରେନ୍ଦ୍ର ବାର୍ଲା ଙ୍କ ମୃତ୍ୟୁ ହୋଇଯାଇଛି। ଗୁରୁତର ବୟସ୍କା ମହିଳା ପଦ୍ମିନୀ ବୈଗାଙ୍କ ଚିକିତ୍ସା ଜାରି ରହିଛି।