ରାଉରକେଲା : ପିଶାଚ ବାପର ଟାଙ୍ଗିଆ ଚୋଟରେ ଦୁଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ।। ଅଭିଯୁକ୍ତଙ୍କ ଆକ୍ରମଣରେ ସ୍ତ୍ରୀ ଏବଂ ଦୁଇଜଣ ଗ୍ରାମବାସୀ ମଧ୍ୟ ଆହତ।

0 726

ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ମଣିଷ ର ରାଗ କେତେ ବ୍ରହ୍ମ ଚଣ୍ଡାଳ ତାହା ଜଣା ପଡ଼ିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଏକ ଗାଁରୁ। ସାମାନ୍ୟ ଘରୋଇ କଳି କୁ କେନ୍ଦ୍ର କରି ପିଶାଚ ବାପା ହତ୍ୟା କରିଛି ତାର ଦୁଇ ବର୍ଷର ଶିଶୁପୁତ୍ରକୁ। ମିଳିଥିବା ସୂଚନା ଅନୁଯାୟୀ ବ୍ରାହ୍ମଣୀ ତରଙ୍ଗ ଥାନା ଗର୍ଜ୍ଜନ ପଞ୍ଚାୟତର ତୁମରନ୍ ଗାଁରେ ବୁଧେସ୍ବର ସିଂ ତାର ସ୍ତ୍ରୀ ଏବଂ ଛୁଆ ସହ ରହନ୍ତି। ଗୁରୁବାର ଦିନ ବୁଧେଶ୍ବର ତାଙ୍କ ସ୍ତ୍ରୀ ପ୍ରମିଳାଙ୍କୁ ପାଣି ମାଗିଥିଲେ। ପ୍ରମିଳା ପାଣି ନଦେବାରୁ ବୁଧେଶ୍ବର ତାଙ୍କୁ ମାରିବାକୁ ଗୋଡ଼ାଇ ଥିଲେ। ପ୍ରମିଳା ଦୌଡି ପଳାଇଥିଲେ। ଏହି ସମୟରେ ତାଙ୍କ ଦୁଇ ବର୍ଷର ପୁଅ ମା ପଛେ ପଛେ ଦୌଡ଼ି ଥିଲା। ପ୍ରମିଳାଙ୍କୁ ଧରି ନପାରି ବୁଧେଶ୍ବର ରାଗରେ ନିଜ ଶିଶୁପୁତ୍ରକୁ ହାତରେ ଧରିଥିବା ଟାଙ୍ଗିଆରେ ଚୋଟ ପକାଇଥିଲା। ଶିଶୁପୁତ୍ରଟି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା।
ବୁଧେଶ୍ବର ଆକ୍ରମଣରେ ସ୍ତ୍ରୀ ପ୍ରମିଳା ଏବଂ ଦୁଇଜଣ ଗ୍ରାମବାସୀ ମଧ୍ୟ ଆହତ ହୋଇଛନ୍ତି। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ଵାରା ଅଟକ ଥିବା ହତ୍ୟାକାରୀ ବାପା ବୁଧେଶ୍ବର କୁ ଗିରଫ କରିଛନ୍ତି।

Leave A Reply

Your email address will not be published.