ସୁନ୍ଦରଗଡ଼ : ସ୍କୁଟି ଉପରେ ମାଡି ଗଲା ଟ୍ରଲର।। ସ୍କୁଟିରେ ଯାଉଥିବା ମହିଳା ଗୁରୁତର।। ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ।

0 249

ସୁନ୍ଦରଗଡ : ୧୨/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ ସଦର ଥାନା ଏମସିଏଲ୍ ରୋଡ ବନ୍ଧପାଲି ନିକଟରେ ବାଲିଯୋରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତା ରୋକ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସ୍କୁଟିକୁ ଟ୍ରଲର ଟି ଧକ୍କା ଦେବା ସହ ପାଖାପାଖି ୧୦୦ ମିଟର ଦୂର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଫଳରେ ମହିଳାଙ୍କ ର ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥରେ ତାଙ୍କୁ ଉଦ୍ଧାର କରି ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଉତ୍ୟକ୍ତ ଲୋକେ ଗାଡ଼ି କୁ ରଖି ରାସ୍ତା ରୋକ କରିଛନ୍ତି । ଏଠାରେ ସୂଚନଯୋଗ୍ୟ ଯେ ସପ୍ତାହେ ମଧ୍ୟରେ ଏହା ଦ୍ବିତୀୟ ଘଟଣା । ଆଜିକାର ଘଟଣାସ୍ଥଳ ରୁ ଅଳ୍ପ ଦୂରରେ ୭ ଦିନ ତଳେ ଏକ ମୋଟସାଇକେଲ ଉପରେ ଟ୍ରଲର ଚଢି ଯିବା ଫଳରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ଝିଅ ଗୁରୁତର ଆହତ ହୋଇଥିଲେ । ଲୋକେ ଏହି ରାସ୍ତା ରେ କୋଇଲା ବୋଝେଇ ଟ୍ରଲର ଚଳାଚଳ ସମ୍ପୂର୍ଣ ବନ୍ଦ କରାଯିବା ଦାବିରେ ରାସ୍ତା ରୋକ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Leave A Reply

Your email address will not be published.