ରାଉରକେଲା : ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ଗବେଷଣା ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଦାନ କଲେ ବିଶିଷ୍ଟ ଶିକ୍ଷାବିତ ଡକ୍ତର କିଶୋରୀ ଦାଶ।
ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ବିଶିଷ୍ଟ ଶିକ୍ଷାବିତ ତଥା ସମ୍ବଲପୁର ଡକ୍ଟର ପର୍ଶୁରାମ ମିଶ୍ର ଅଗ୍ରଗମୀ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷା ଡକ୍ଟର କିଶୋରୀ ଦାଶ। ଏବେ ସେ ବେଶ ଚର୍ଚ୍ଚାରେ ଅଛନ୍ତି ତାଙ୍କର ଏକ ମହତ କାର୍ଯ୍ୟ ପାଇଁ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ଉଚ୍ଚତର ତଥା ଗବେଷଣା ସମ୍ପର୍କିତ ଶିକ୍ଷା ପାଇଁ ସେ ସାହାଯ୍ୟର ହାତ ବଢ଼ାଇଛନ୍ତି। ସରକାରୀ ଚକାରୀରୁ ଅବସର ନେବାପରେ ସେ ତାଙ୍କ ଜୀବନର ଜମାପୁଞ୍ଜିରୁ ୧୦ ଲକ୍ଷ ଟଙ୍କା ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ ଦାନ କରି ଦେଇଛନ୍ତି। ଏହି ଅର୍ଥ ରାଶି ସେ ସମ୍ବଲପୁର ଜି ଏମ୍ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରିଛନ୍ତି। ଏହି ଅର୍ଥ ଡକ୍ଟର କିଶୋରୀ ଦାଶ ଫେଲୋଶିପ ରେ ଆର୍ଥିକ ରୂପେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ତଥା ଗବେଷଣା ଶିକ୍ଷା ପାଇଁ ପ୍ରଦାନ କରାଯିବ।