ସୁନ୍ଦରଗଡ : ହାତୀ ଆକ୍ରମଣରେ ଦୁଇ ଜଣେ ଗୁରୁତର।। ଆହତଙ୍କ ମଧ୍ୟରେ ଜଣେ ଓଏସଏପି ଯବାନ ଏବଂ ଅନ୍ୟଜଣେ ବୟସ୍କା ମହିଳା।। ବୁର୍ଲା ସ୍ଥାନାନ୍ତର।
ସୁନ୍ଦରଗଡ଼ : ୧୧/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଲେଫ୍ରିପଡ଼ା ଫରେଷ୍ଟ ରେଞ୍ଜ ର ଗୁଣ୍ଡିଆଡ଼ିହି ଏବଂ ହଲମା ରେ ହାତୀ ଆକ୍ରମଣ ରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଓଏସଏପି ଯବାନ ଅଛନ୍ତି। ହାତୀ ଘୋଉଡାଇଲା ବେଳେ ହାତୀ ର ପାଲଟା ଆକ୍ରମଣ ରେ ଉକ୍ତ ଯବାନ ଗୁରୁତର ଆହତ ହୋଇଥିଲେ । ଅନ୍ୟ ଏକ ଘଟଣାରେ ଶୌଚ ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଓଏସଏପି ଯବାନ ଛୁଟିରେ ଘରକୁ ଆସିଥିବା ଜଣା ପଡିଛି । ଉଭୟଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରା ଯାଇଛି। ଗୁରୁତର ବୟସ୍କା ମହିଳା ପଦ୍ମିନୀ ବୈଗା ଏବଂ ଓଏସଏପି ଯବାନ ସୁରେନ୍ଦ୍ର ବାର୍ଲା ବୋଲି ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ । ଏବେ ହାତୀ ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି।