ରାଉରକେଲା : ୨୦ ଟଙ୍କାରେ ବିରିୟାନି ପ୍ଲେଟ୍।। ଖାଇବା ଲାଗି ଠେଲାପେଲା , ଧକ୍କା , ମୁକ୍କୀ।। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହେଲେ।

0 3,894

ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ଏ ଯେଉଁ ଭିଡ଼ ଏବଂ ଠେଲାପେଲା ଦେଖୁଛନ୍ତି ତା କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କିମ୍ବା ସିନେ ତାରକାଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ନୁହେଁ। ଏହି ଭିଡ଼ ବିରିୟାନି ଖାଇବା ଲାଗି। ଏହି ଦୃଶ୍ୟ ହେଉଛି ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର। ଘଟଣାଟି ଏହିପରି। ବାସନ୍ତୀ କଲୋନୀରେ ନୂତନ ଭାବେ ଖୋଲିଥିବା ଫୁଡ଼ କୋର୍ଟରେ ଏକ ବିରିୟାନି ଦୋକାନ ଖୋଲିଲା। ସେଠାରେ ବିରିୟାନି ପ୍ଲେଟ୍ ୨୦ ଟଙ୍କାରେ ମିଳିବ ବୋଲି ଦୋକାନୀ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିଥିଲେ। ବାସ୍ ଏତିକି। ତାପରେ ସନ୍ଧ୍ୟାରେ ଆରମ୍ଭ ହୋଇ ଗଲା ଚିକେନ୍ ବିରିୟାନି ପାଇଁ ଭିଡ଼। କେବଳ ଯୁବକ ମାନେ ବିରିୟାନି ପାଇଁ ଭିଡ଼ ଜମାଇ ନଥିଲେ ବରଂ ଯୁବତୀ ,ବୟସ୍କ ଲୋକମାନେ ମଧ୍ୟ ବିରିୟାନି ପାଇଁ ଲାଇନ ରେ ଠିଆ ହୋଇଥିଲେ।ଏପରି ହେଲା ଯେ ସେଠାରେ ଆରମ୍ଭ ହୋଇଗଲା ଠେଲାପେଲା , ଧକ୍କା ମୁକ୍କୀ। ଶେଷରେ ଖବର ପହଞ୍ଚିଲା ଉଦିତନଗର ଥାନାରେ। ପୋଲିସ ମୁତୟନ ପରେ ଭିଡ଼ ସମ୍ଭଳା ପଡିଲା। ଏହି ବିରିୟାନି ପାଇଁ କ୍ରେଜ୍ ଏବେ ରାଉରକେଲାରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.