ସୁନ୍ଦରଗଡ : ସୁନ୍ଦରଗଡ଼ରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ।। ୭୬୭ ଜଣ ସଦସ୍ୟାଙ୍କୁ ସ୍କୁଟର ପ୍ରଦାନ।

0 675

ସୁନ୍ଦରଗଡ଼ : ୧୨/୧୦ : (ସତ୍ୟାନ୍ୟୁଜ) ରାଜ୍ୟରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ସ୍କୁଟର ଯୋଜନା ର ଶୁଭାରମ୍ଭ କରଛନ୍ତି। ଏହି ପରିପ୍ରେକ୍ଷୀରେ ରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଥିବା ଓସ୍ୱାନ୍ ହଲ ଠାରେ ଆଭାସି ମାଧ୍ୟମରେ ଶ୍ରୀ ସାରଦା ପ୍ରସାଦ ନାୟକ,ମାନ୍ୟବର ମନ୍ତ୍ରୀ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ମାନ୍ୟବର ସାଂସଦ ଶ୍ରୀ ଜୁଏଲ ଓରାମ, ମାନ୍ୟବର ବିଧାୟିକା ସଦର ଶ୍ରୀମତୀ କୁସୁମ ଟେଟେ, ମାନ୍ୟବର ବିଧାୟକ, ରାଜଗାଙ୍ଗପୁର ଡ଼ା. ସି. ଏସ୍.
ରାଜେନ ଏକ୍କା, ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀ ସୁବ୍ରତ ତରାଇ, ସୁନ୍ଦରଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ଟପ୍ପୋ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ,ଜିଲ୍ଲାପାଳ ଡ଼ା. ପରାଗ
ଗଭାଲି, ଜିଲ୍ଳା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ ପ୍ରମୁଖ ଯୋଗ ଦେଇଥିଲେ।
ପରେ ପରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମସ୍ତ ଅତିଥି ଯୋଗ ଦେଇ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ସ୍କୁଟର ଯୋଜନା କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଫେଡେରେସନ ର ସଭ୍ୟା ମାନଙ୍କୁ ସ୍କୁଟର କିଣିବା ନିମନ୍ତେ ବିନା ସୁଧ ରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଇଅଛି ଏବଂ ଏହାର ସୁଧ ଅର୍ଥ ରାଜ୍ୟ ସରକାର ବହନ କରିବେ।
ପ୍ରକାଶ ଥାଉ କି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍ ତଥା ରାଉରକେଲା ଶିଳ୍ପାଞ୍ଚଳ ଓ ରାଉରକେଲା ସହର ଆଦିରୁ ସ୍କୁଟର ନିମନ୍ତେ ଏହି ସଭ୍ୟା ମାନଙ୍କର ୨୪୫୭ ଗୋଟି ଆବେଦନ ରହିଥିଲା । ସେଥି ମଧ୍ୟରୁ ୨୩୫୭ ଗୋଟି ଆବେଦନ ବ୍ୟାଙ୍କ କୁ ହସ୍ତାନ୍ତର କରାଯାଇଥିଲା ଏବଂ ସେଥି ମଧ୍ୟରୁ ୧୨୨୬ ଗୋଟି ଆବେଦନ ଗୁଡ଼ିକ ମଞ୍ଜୁର ହୋଇଥିଲା ଏବଂ ସେଥିରୁ ପ୍ରଥମ ପର୍ଯ୍ୟାୟରେ ୭୬୭ ଜଣ ସଭ୍ୟା ମାନଙ୍କୁ ସ୍କୁଟର ପ୍ରଦାନ କରାଯାଇଅଛି । ଏହି ଯୋଜନା ମିଶନ ଶକ୍ତି ମହିଳା ମାନଙ୍କର ଯାତାୟାତ କୁ ଅଧିକ ସୁଗମ କରିବା ସହିତ ସେମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ରେ ସହାୟକ ହୋଇପାରିବ ଏବଂ ଏହା ଦ୍ବାରା ମିଶନ ଶକ୍ତି ମହିଳା ମାନେ ବିଶେଷ ଭାବେ ଉପକୃତ ହେବେ। ଆଜିର ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ବିଭାଗ ର ଅଧିକାରୀ, ବିଭାଗୀୟ ଅଧିକାରୀ ତଥା ବିଭିନ୍ନ ବ୍ଲକ ରୁ ଆସିଥିବା ମିଶନ ଶକ୍ତି ମହିଳା ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.