ରାଉରକେଲା : ୧୧/୧୦(ସତ୍ୟାନ୍ୟୁଜ) ବୁଧବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ଠାରେ ଏହି ଦୁର୍ଘଟଣା ଘଟିଛି। ମନୋଜ ମିଞ୍ଜ ନାମକ ଜଣେ ୨୨ ବର୍ଷୀୟ ଯୁବକ ବାଇକ୍ ରେ ଯାଉଥିବା ବେଳେ ଏକ ଗଚ୍ଛରେ ବାଇକ୍ ପିଟି ହୋଇ ଯାଇଥିଲା। ମନୋଜ ବାଇକ୍ ରୁ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ପୋଲିସ ଏବଂ ମନୋଜଙ୍କ ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ପୋଲିସ ଏହି ଘଟଣାର ତଦନ୍ତ କରୁଛି।